fbpx

ରାଜ୍ୟରେ ଆଉ ୫୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୧ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରେନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୯୩କୁ ବୃଦ୍ଧି ପାଇଛି । ୫୦ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ୨୨, ବାଲେଶ୍ୱରର ୧୫, ଭଦ୍ରକର ୫, ଯାଜପୁରର୩, ବୌଦ୍ଧର ୩, ମୟୁରଭଞ୍ଜ ଓ ରାଉରକେଲାର ଜଣେ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୧୧୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୯୩ ଜଣ ସୁସ୍ଥ ହୋଇଛନ୍ତି ଓ ୭ଜଣଙ୍କର ମୃତ୍ୟୁ ଘଟିଛି । ଏବେ ରାଜ୍ୟରେ୭୦୩ ଆକ୍ଟିଭ୍ କେସ୍ ରହିଛି ।

Get real time updates directly on you device, subscribe now.