fbpx
BSKY
BJD SHG SKY
BJD YOUTH SKY

ଭୁବନେଶ୍ୱରରେ ମାଡିଚାଲିଛି କରୋନା, ଆଜି ପୁଣି ୫୨ ଚିହ୍ନଟ

ଭୁବନେଶ୍ୱର,୧୯ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ବଢି ଚାଲିଥିବା ବେଳେ ସେଥିରୁ ବାଦ୍ ପଡିନି ରାଜଧାନୀ ଭୁବନେଶ୍ୱର । ଆଜି ପୁଣି ୫୨ ଜଣ କରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୪ ଜଣ ଚିହ୍ନଟ ହୋଇଥିବା ବେଳେ ୧୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜଧାନୀରେ ଆଉ ୨୯ ଜଣ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୨ ହୋଇଥିବା ବେଳେ ସେଥିରୁ ୫୨୩ ଜଣ ସୁସ୍ଥ ଓ ୬୪୬ ଜଣ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି । ଏନେଇ ଭୁବନେଶ୍ୱର ମହାନିଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଜଣେ ୩୨ ବର୍ଷିୟା ମହିଳା ନୟାପଲ୍ଲୀର ରହିଛନ୍ତି । ଏହା ସହ ରସୁଲଗଡରୁ ଆଉ ଜଣେ ୩୨ ବର୍ଷୀୟା ମହିଳା, ଅଶୋକ ନଗରରୁ ୪୫ ବର୍ଷୀୟ ଜଣେ ପୁରୁଷ, ହଳଦିପଡା ବସ୍ତିରୁ ୩୦ ବର୍ଷୀୟ ଜଣେ ପୁରୁଷ, ଡୁମଡୁମାରୁ ୫୮ ବର୍ଷୀୟା ମହିଳା, ୟୁନିଟ ୮ରୁ ୬୯ ବର୍ଷୀୟ ପୁରୁଷ, ଜଗମରାରୁ ୫୨ ବର୍ଷୀୟା ମହିଳା, ଘାଟିକିଆରୁ ୪୭ ବର୍ଷୀୟା ମହିଳା ସଂକ୍ରମିତ ହୋଇଛନ୍ତି ।


ସେହିପରି ଘରୋଇ ମେଡିକାଲରୁ ୨୪ ବର୍ଷୀୟା ଜଣେ ମହିଳା, ଆଇଆରସି ଭିଲେଜରୁ ୨୪ ବର୍ଷୀୟା ମହିଳା, ଚନ୍ଦ୍ରଶେଖରପୁରରୁ ୫୯ ଓ ୨୭ ବର୍ଷୀୟ ପରୁଷ ଓ ଜଣେ ୫୩ ବର୍ଷୀୟା ମହିଳା, ରବି ଟକିଜରୁ ୨୫ ବର୍ଷୀୟ ପୁରୁଷ, ବଡବଗରୁ ୪୫ ବର୍ଷୀୟ ପୁରୁଷ, ସଲିଆସାହିରୁ ୪୫ ବର୍ଷୀୟ ପୁରୁଷ, ସାମନ୍ତରାପୁରରୁ ୫୦ ବର୍ଷୀୟ ପୁରୁଷ ଓ ଚିନ୍ତାମଣିଶ୍ୱରରୁ ଜଣେ ୨୫ ବର୍ଷୀୟା ମହିଳା କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

Get real time updates directly on you device, subscribe now.