fbpx

ଖୁସି ଖବର: ଓଡ଼ିଶାରୁ ଆଜି ୫ ହଜାର ୨୮୧ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୫ ହଜାର ୨୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮ ଲକ୍ଷ ୩୫ ହଜାର ୧୩୨ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୦୦ ଜଣ ସୁସ୍ଥ ହୋଇଥିବା କଟକରୁ ୫୧୦, ଯାଜପୁରରୁ ୩୦୮, ବାଲେଶ୍ୱରରୁ ୨୮୬, କେନ୍ଦ୍ରାପଡ଼ାରୁ ୨୮୫, ମୟୂରଭଞ୍ଜରରୁ ୨୭୬, ଅନୁଗୁଳରୁ ୨୫୩, ଭଦ୍ରକରୁ ୨୪୪, ପୁରୀରୁ ୨୩୧, ବୌଦ୍ଧରୁ ୨୧୩, ସୁନ୍ଦରଗଡ଼ରୁ ୨୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.