fbpx

ହାଏରେ କି ପ୍ରେମ! ଏକା ସାଙ୍ଗରେ ଦୁଇ ଦୁଇଜଣଙ୍କୁ ବାହା ହୋଇଗଲେ ଯୁବକ

ପ୍ରେମ ସତରେ ଅନ୍ଧ । ସେଥିରେ ପୁଣି ଅନଲାଇନ୍ ପ୍ରେମ କଥା କହିଲେ ନସରେ । ଲୋକମାନେ ଗୋଟିଏ ସ୍ତ୍ରୀକୁ ସମ୍ଭାଳିପାରୁ ନଥିବା ବେଳେ ଜଣେ ଆଦିବାସୀ ଯୁବକ ଦୁଇ ଦୁଇ ଜଣ ଯୁବତୀଙ୍କୁ ଅନଲାଇନ ଜରିଆରେ ପ୍ରେମ କରି ବାହାହୋଇଛି । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ତେଲେଙ୍ଗାନାରେ ଘଟିଯାଇଛି, ଯେଉଁଠାରେ ଜଣେ ଆଦିବାସୀ ଯୁବକ ୨ ଜଣଙ୍କୁ ଭଲ ପାଇଁ ଏକା ସାଙ୍ଗରେ ବାହା ହୋଇଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ତେଲେଙ୍ଗାନା ଘନପୁର ଗାଁର ଅର୍ଜୁନ ନାମକ ଜଣେ ଆଦିବାସୀ ଯୁବକ ଏକା ସାଙ୍ଗରେ ୨ ଯୁବତୀଙ୍କ ପ୍ରେମରେ ପଡିଥିଲେ । ଦୁଇ ଯୁବତୀଙ୍କ ନାମ ଉଷାରାଣୀ ଓ ସୁରେଖା ହୋଇଥିବା ବେଳେ ସେ ଦୁହେଁ ଡିଗ୍ରୀ କଲେଜରେ ପଡୁଥିଲେ । ଗତ ୪ ବର୍ଷ ଧରି ଯୁବକ ଜଣକ ଏହି ୨ ଯୁବତୀଙ୍କୁ ପ୍ରେମ କରି ଆସୁଥିଲେ ।

ତେବେ ଆଦିବାସୀ ସମ୍ପ୍ରଦାୟରେ ବହୁବିବାହକୁ ଅନୁମତି ଦେଇଥାନ୍ତି । ଏଭଳି ପରିସ୍ଥିତିରେ ଯୁବକ ଜଣକ ବାହାଘରକୁ ନେଇ ଘରେ କହିବାରୁ ସମସ୍ତେ ରାଜି ହୋଇଥିଲେ । ୨ ଯୁବତୀ ମଧ୍ୟ ଯୁବକକୁ ବାହାହେବାକୁ ଚାହୁଁଥିବା ବେଳେ ଗୋଟିଏ ସ୍ୱାମୀକୁ ନେଇ ସେମାନଙ୍କର କୌଣସି ଅସୁବିଧା ନଥିବା କୁହାଯାଉଛି ।

Get real time updates directly on you device, subscribe now.