fbpx

୨୪ ଘଣ୍ଟାରେ ଭୁବନେଶ୍ୱରରୁ ଆଉ ୫୫ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ ଆତଙ୍କ ଖେଳାଇବାରେ ଲାଗିଛି ଡେଙ୍ଗୁ । ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ୨୪ ଘଣ୍ଟାରେ ଆଉ ୫୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧,୧୧୩କୁ ବୃଦ୍ଧି ପାଇଛି । ୩୨୦ ରୋଗୀ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ୧୨,୮୮୬ ଘରୁ ମୋଟ ୫୩ ହଜାର ୮୦୬ ଲୋକଙ୍କ ତଥ୍ୟ ସଂଗୃହିତ ହୋଇଛି । ଅନ୍ୟପଟେ ଡେଙ୍ଗୁରୁ ରକ୍ଷାପାଇବା ପାଇଁ ଅଣ୍ଟା ଭିଡିଛି ବିଏମସି । ୩୬,୯୦୭ ସ୍ଥାନରେ ମଶା ବଂଶ ନଷ୍ଟ କରିସାରିଲାଣି ଭୁବନେଶ୍ୱର ମହାନଗର ନିଗମ ।

Get real time updates directly on you device, subscribe now.