fbpx

‘ଆଗାମୀ ଦିନରେ ପର୍ଣ୍ଣ ସାଇଟ୍ ହୋଇଯିବ Amazon Prime, Hotstar ଭଳି ଓଟିଟି ପ୍ଲାଟଫର୍ମ’- ଚେତାବନୀ ସହ ଏମିତି ଦାବି କଲେ ଅଜୟ ଦେବଗନ୍

ମୁମ୍ବାଇ: ଓଟିଟି ପ୍ଲାଟଫର୍ମରେ ଅଜୟ ଦେବଗନ୍ ଙ୍କ ପ୍ରଥମ ୱେବ୍ ସିରିଜ୍ “ଭୁଜ୍: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ”ର ଟ୍ରେଲର୍ ରିଲିଜ୍ ହୋଇଛି । ଯାହା ଏବେ ଖୁବ୍ ଚର୍ଚ୍ଚାରେ ରହିଛି । ଓଟିଟିରେ ଏହା ହେଉଛି ତାଙ୍କର ପ୍ରଥମ ଡେବ୍ୟୁ । ତେବେ ଏଥିମଧ୍ୟରେ ସେ ଓଟିଟିରେ ରିଲିଜ୍ କରାଯାଉଥିବା ପର୍ଣ୍ଣ ଭିଡିଓକୁ ନେଇ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ଓଟିଟି ପ୍ଲାଟଫର୍ମକୁ ନିୟନ୍ତ୍ରଣ କରାଯିବା ଉଚିତ୍ । ନଚେତ୍ ଏହା ଏକ ପର୍ଣ୍ଣ ସାଇଟ୍ ହୋଇଯିବ । ତେଣୁ ଏଥିପାଇଁ ସ୍ୱତନ୍ତ୍ର ଆଇନ୍ ଆସିବା ଦରକାର । ଯାହାଦ୍ୱାରା ଲୋକମାନେ ଏହି ପ୍ଲାଟଫର୍ମର ସଠିକ୍ ବ୍ୟବହାର କରିପାରିବେ ।

କେନ୍ଦ୍ର ପକ୍ଷରୁ ଫେବୃଆରୀ ୨୫ ତାରିଖରେ ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ ଓ ଓଟିଟି ପାଇଁ ନୂତନ ନିୟମାବଳୀ ଲାଗୁ କରିଛନ୍ତି । ସେ ଅନୁଯାୟୀ, ସମସ୍ତ ଡିଜିଟାଲ୍ ପ୍ଲାଟଫର୍ମ ସେମାନଙ୍କ ସବିଶେଷ ତଥ୍ୟ ସାର୍ବଜନୀନ କରିବେ । ଅଜୟ ଦେବଗନ୍ ନିଜର ଫିଚର୍ ଫିଲ୍ମ “ଭୁଜ୍: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ” ଦ୍ୱାରା “Rudra – The Edge of Darkness”ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତେଣୁ ସେ ଆଶା କରୁଛନ୍ତି ଯେ, ଡିଜିଟାଲ୍ ପ୍ଲାଟଫର୍ମ ପାଇଁ ଗ୍ରହଣ କରାଯାଉଥିବା କୌଣସି ବି ପଦକ୍ଷେପ ଭୁଲ ଦିଗକୁ ଇସାରା ନକରୁ ।

ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଏହା ଏକ ଚିନ୍ତାର ବିଷୟ । ଗୋଟିଏ ଲିମିଟ୍ ପର୍ଯ୍ୟନ୍ତ ଏହାକୁ ନିୟନ୍ତ୍ରଣ କରିବାକୁ ହେବ । ନିୟମାବଳୀ ଗୁଡ଼ିକ ଠିକ୍ ହେଲେ ଭୟ ଏହା ନୁହେଁ ଯେ ଏହା ନିୟନ୍ତ୍ରିତ ହେଉଛି । ଭୟ ହେଉଛି ଖୋଦ୍ ଏହି ସବୁ ନିୟମାବଳୀ । ତେଣୁ ପର୍ଣ୍ଣ ଫିଲ୍ମ ରିଲିଜ୍ କରାଇବା ଦ୍ୱାରା ଏହା ଯୁବଗୋଷ୍ଠୀଙ୍କୁ ଖରାପ ରାସ୍ତାରେ ପ୍ରେରିତ କରୁଛି । ଏହାକୁ ଲକ୍ଷ୍ୟରେ ରଖି ଓଟିଟି ପ୍ଲାଟଫର୍ମ ପାଇଁ ସ୍ୱତନ୍ତ୍ର ଆଇନ ଅଣାଯିବା ଦରକାର ବୋଲି ଅଜୟ ଦାବି କରିଛନ୍ତି ।

ସତ୍ୟ ଘଟଣା ଉପରେ ଆଧାରିତ ଅଜୟଙ୍କର “ଭୁଜ୍: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ” ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଛି । ଏହାକୁ ଲୋକଙ୍କ ଖୁବ୍ ଭଲ ରିଭ୍ୟୁ ମିଳିଛି । ଏହାକୁ ଡିସନି ପ୍ଲସ୍ ହଟଷ୍ଟାର୍ ଭିଆଇପି ରେ ଶୁକ୍ରବାର ଦିନ ରିଲିଜ୍ କରାଯାଇଛି ।

Get real time updates directly on you device, subscribe now.