fbpx

ଏପରି ଜଳପ୍ରପାତ ଯାହା ଭୂମିକୁ ସ୍ପର୍ଶ କରିନଥାଏ, ବାୟୁ ମଧ୍ୟରେ ହିଁ ରହିଥାଏ, ଜାଣନ୍ତୁ ଏହାର କାରଣ

ପ୍ରାକୃତିକ ସମ୍ପଦରେ ଭାରତବର୍ଷ ପରିପୂର୍ଣ୍ଣ । ଦେଶର ବିଭିନ୍ନ ସ୍ଥାନରେ ପାହାଡ଼, ଝରଣାର ପ୍ରାକୃତିକ ଦୃଶ୍ୟ ସାଧାରଣ ଲୋକଙ୍କୁ ଆକର୍ଷିତ କରିଥାଏ । ଯଦି ଆମେ ଜଳପ୍ରପାତ କଥା କହିବା, ତାହା ସଭିଙ୍କୁ ଆକର୍ଷିତ କରିଥାଏ । ପାହାଡ଼ର ଉଚ୍ଚ ସ୍ଥାନରୁ ନିମ୍ନକୁ ବିଶାଳକାୟ ଆକୃତିର ଜଳ ପ୍ରବାହିତ ହେଲେ ତାହାକୁ ଜଳପ୍ରପାତ କୁହାଯାଇଥାଏ । ସାଧାରଣତଃ ଜଳପ୍ରପାତରେ ଜଳ ଉପରୁ ତଳକୁ ପଡ଼ିଥାଏ । ତେବେ ଆପଣ କ’ଣ ଏପରି କିଛି ଜଳପ୍ରପାତ ଦେଖିଛନ୍ତି, ଯେଉଁଠାରେ ଜଳ ଭୂମିକୁ ନ ଛୁଇଁ ବାୟୁରେ ରହିଥାଏ ।

ଏପରି ଦୁର୍ଲ୍ଲଭ ଜଳପ୍ରପାତ ମହାରାଷ୍ଟ୍ରର ରଙ୍ଗଣା କିଲାରେ ରହିଛି । ଜଳ ପାହାଡ଼ର ଉଚ୍ଚସ୍ଥାନରୁ ତଳକୁ ନ ଆସି ବାୟୁରେ ରହିବା ଦୃଶ୍ୟ ଦେଖିବାକୁ ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ପ୍ରକୃତ କାରଣ ହେଉଛି, ଏହି ସ୍ଥାନରେ ବାୟୁ ଏତେ ତୀବ୍ର ବେଗରେ ଗତି କରେ ଯେ, ଜଳ ଭୂମିକୁ ନ ଆସି ପବନରେ ଉଡ଼ିବାକୁ ଲାଗିଥାଏ । ଏହି ପ୍ରାକୃତି ଦୃଶ୍ୟ ଯିଏ ଦେଖିଛି, ସିଏ ହିଁ ଏହାର ମଜା ବିଷୟରେ କହିପାରିବେ । ଅଧିକାଂଶ ସମୟରେ ଏହି ମନୋରମ ଦୃଶ୍ୟର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଛାଇ ଯାଇଥାଏ । ରଙ୍ଗଣା କିଲା ସିନ୍ଧୁପୁର ଓ କୋହ୍ଲାପୁର ଜିଲ୍ଲାର ସୀମାରେ ଅବସ୍ଥିତ । ଏଠାରେ ସହ୍ୟାଦ୍ରୀ ପର୍ବତ ଶୃଙ୍ଖଳାରେ ଅନେକ ଜଳପ୍ରପାତ ରହିଥାଏ । ଏହି ଜଳପ୍ରପାତ ଦେଖିବାକୁ ଏତେ ଆକର୍ଷଣୀୟ ଯେ, ଥରେ ସେ ସ୍ଥାନକୁ ଗଲେ ଆଉ ଫେରିବାକୁ ଇଚ୍ଛା ହୁଏ ନାହିଁ । କେବଳ ସୁନ୍ଦରତା ନୁହେଁ, ବାୟୁ ମଧ୍ୟରେ ଜଳ କିପରି ରହୁଛି, ତାହା ଦେଖଣାହାରୀଙ୍କୁ ଦ୍ୱନ୍ଦ୍ୱରେ ପକାଇଥାଏ ।

Get real time updates directly on you device, subscribe now.