fbpx

ସରିଲା ପ୍ରାର୍ଥୀପତ୍ର ପତ୍ୟାହାର ଅବଧି: ପୌର ନିର୍ବାଚନ ଲଢ଼ିବେ ୫୬୯ ମେୟର ଓ ଅଧ୍ୟକ୍ଷ ପ୍ରାର୍ଥୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ମଇଦାନରେ ରହିଲେ ୫୬୯ ଜଣ ମେୟର ଓ ଅଧ୍ୟକ୍ଷ ପ୍ରାର୍ଥୀ ସେହିଭଳି ୫୮୪୨ ଜଣ କର୍ପୋରେଟର ଓ କାଉନସିଲର ପ୍ରାର୍ଥୀ । ମୋଟ ୧୦୨ ଜଣ ମେୟର ଓ ଅଧ୍ୟକ୍ଷ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଥିବାବେଳେ ୫୩୯ ଜଣ କର୍ପୋରେଟର ଓ କାଉନସିଲର ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି ।

ସୂଚନାଯୋଗ୍ୟ, ଆସନ୍ତା ମାର୍ଚ୍ଚ ୨୪ରେ ରାଜ୍ୟରେ ହେବାକୁ ଯାଉଛି ପୌର ନିର୍ବାଚନ । ଏନେଇ ମାର୍ଚ୍ଚ ୭ ତାରିଖ ପ୍ରାର୍ଥୀପତ୍ର ଦାଖଳର ଶେଷ ତାରିଖ ରହିଥିଲାବେଳେ ୧୪ ତାରିଖ ଥିଲା ପ୍ରାର୍ଥୀପତ୍ର ପତ୍ୟାହାରର ଶେଷ ତାରିଖ । ରାଜ୍ୟ ସମୁଦାୟ ୩ ମହାନଗର ନିଗମ, ୫୯ ଏନଏସି ଏବଂ ୪୮ ମ୍ୟୁନିସିପାଲିଟିରେ ହେବ ନିର୍ବାଚନ ।

Get real time updates directly on you device, subscribe now.