fbpx

ପାକିସ୍ତାନ ମାଟିରେ ମିସାଇଲ ପଡିବା ପ୍ରସଙ୍ଗ: ସଂସଦରେ ସ୍ପଷ୍ଟୀକରଣ ଦେବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଅଜାଣତରେ ପାକିସ୍ତାନ ପାର୍ଶ୍ଵକୁ ହୋଇଥିବା କ୍ଷେପଣାସ୍ତ୍ର ନିକ୍ଷେପ ଘଟଣାରେ ମଙ୍ଗଳବାର ସଂସଦରେ ବୟାନ ଦେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ମାର୍ଚ୍ଚ ୯ରେ ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ମିଆଁ ଚନ୍ନୁ ସହରରେ ଖସିଥିବା ଏହି ମିସାଇଲ୍ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଆଦେଶ ପ୍ରଥମ ଦିନରୁ ଦିଆଯାଇଛି। ଆଶ୍ଵସ୍ତିକର କଥା ଏହି ଦୁର୍ଘଟଣାରେ କାହାରି ପ୍ରାଣହାନୀ ଘଟିନାହିଁ।

ଘଟଣାକୁ ନେଇ ଭାରତ ବୟାନ ଜାରିକରିଥିଲା ଯେ, ୨୦୨୨ ମାର୍ଚ୍ଚ ୯ରେ ନିୟମିତ ରକ୍ଷଣାବେକ୍ଷଣ ସମୟରେ ଯାନ୍ତ୍ରିକ ତ୍ରୁଟି କାରଣରୁ ମିସାଇଲ୍ ଆକସ୍ମିକ ଭାବେ ନିକ୍ଷେପ ହୋଇ ଯାଇଥିଲା। ଭାରତ ଏହି ପ୍ରସଙ୍ଗକୁ ଗମ୍ଭୀରତା ସହ ନେଇଛି ଏବଂ ଏକ ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେଇଛନ୍ତି।
ଭାରତ ସରକାର କହିଥିଲେ, ଏହି ମିସାଇଲ୍ ପାକିସ୍ତାନର ଏକ ବିଲ୍ରେ ଖସି ପଡିଛି। ଭାରତ ଘଟଣାକୁ ନେଇ ଦୁଃଖ ପ୍ରକାଶ ମଧ୍ୟ କରିଛି। ହେଲେ ପାକିସ୍ତାନ ଯୁଗ୍ମ ତଦନ୍ତ ଦାବି କରିଛି। କେବଳ ସାଧାରଣରେ ଦୁଃଖ ପ୍ରକାଶ କରି ଏତେ ବଡ ଘଟଣାକୁ ଚପା ଯାଇ ପାରିବ ନାହିଁ। ଉଭୟ ପକ୍ଷରୁ ଯାଞ୍ଚ ହେବା ଦରକାର।
ଭାରତ ପକ୍ଷରୁ ଅଜାଣତରେ ହୋଇଥିବା ମିସାଇଲ୍ ଫାୟରିଂ ଘଟଣାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ରବିବାର କହିଥିଲେ, ପାକିସ୍ତାନ ଭାରତକୁ ମଧ୍ୟ ଜବାବ ଦେଇ ପାରିଥାନ୍ତା। ମାତ୍ର ସେ ସଂଯମତା ଦେଖାଇଲେ।

Get real time updates directly on you device, subscribe now.