fbpx

ରାସ୍ତା ମଝିରେ ଝିଅ ପିଲାଙ୍କ ଗ୍ୟାଙ୍ଗ ମଧ୍ୟରେ ହେଲା ଭୟଙ୍କର ଲଢେଇ: ଦେଖନ୍ତୁ Video ହସି ହସି ଗଡିଯିବେ

ନୂଆଦିଲ୍ଳୀ: ସାଧାରଣ ଭାବରେ ପୁଅ ମାନେ ନିଜ ଭିତରେ ଝଗଡା କରୁଥିବା ଆପଣ ଦେଖିଥିବେ । ଦୁଇ ଗ୍ୟାଙ୍ଗ ଯେତେବେଳେ ଝଗଡା ଲାଗନ୍ତି ଅନେକ ହତିଆର ନେଇ ପହଂଚନ୍ତି । ହେଲେ ଏହି ମାମଲା ପୋଲିସ ପାଖକୁ ଗଲା ପରେ ସମସ୍ତେ ଠିକ କଣ ଭୁଲ କଣ ବୁଝିପାରନ୍ତି । କିନ୍ତୁ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏହି ମାମଲାରେ ଏବେ ଝିଅମାନେ ବି କମ ନୁହଁନ୍ତି । ଅନେକ ସମୟରେ ସ୍କୁଲ ହେଉ କିମ୍ବା କଲେଜ ଏମିତି ଦେଖିବାକୁ ମିଳେ କି ଝିଅ କିମ୍ବା ପୁଅ ଦୁଇ ଗୋଷ୍ଠୀ ହୋଇ ଝଗଡା ଲାଗନ୍ତି । ମାର ପିଟ ଯାଏଁ କଥା ଚାଲିଯାଏ । ଆଉ ଏମିତି କିଛି ଭାଇରାଲ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେତେବେଳେ ରାସ୍ତା ମଝିରେ ଝିଅମାନେ ପରସ୍ପର ଭିତରେ ଝଗଡା ଲାଗୁଛନ୍ତି । ସୋସିଆଲ ମିଡିଆରେ ଝିଅଙ୍କ ମଧ୍ୟରେ ହୋଇଥିବା ଗ୍ୟାଙ୍ଗ ୱାର ର ଭିଡିଓ ସାମ୍ନାକୁ ଆସିଛି ।

ଭିଡିଓରେ ଆପଣ ଦେଖିପାରୁଥିବେ ରାସ୍ତାରେ ଅନେକ ଯୁବତୀ ଛିଡା ହୋଇଛନ୍ତି । ସେହି ସମୟରେ କୌଣସି କଥାକୁ ନେଇ ଅନେକ ଯୁବତୀ ନିଜ ନିଜ ମଧ୍ୟରେ ଝଗଡା ଲାଗିଯାଉଛନ୍ତି । ଆଉ ତା ପରେ ପୁରା ଯୁଦ୍ଧମୟ ସ୍ଥିତି । କାହା ହାତରେ ଠେଙ୍ଗା ତ ଆଉ କାହା ହାତରେ ବେଲ୍ଟ । ସମସ୍ତେ ଜଣେ ଆଉ ଜଣଙ୍କୁ ପିଟିବା ଆରମ୍ଭ କରିଦିଅନ୍ତି । ଜଣେ ଚାପୁଡା ପକାଇଲେ ଆଉ ଜଣେ ତା କେଶ ଟାଣୁଛି । ତେବେ କେଉଁ କାରଣ ପାଇଁ ସେମାନଙ୍କ ମଧ୍ୟରେ ଝଗଡା ହେଲା ଓ ଏହି ମାମଲା କଉଁ ଅଂଚଳର ତାହା ଜଣାପଡିନାହିଁ । ମାତ୍ର ଏହି ଭିଡିଓ ଦେଖିବା ପରେ ୟୁଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

Get real time updates directly on you device, subscribe now.