fbpx

C-DAC ସଂସ୍ଥାରେ ଖାଲି ଅଛି ୫୭୦ଟି ପୋଷ୍ଟ: ଆଜି ଆବେଦନର ଅନ୍ତିମ ତାରିଖ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ସେଣ୍ଟର ଫର ଡେଭଲପମେଣ୍ଟ ଅଫ୍ ଆଡଭାନ୍ସାଡ କମ୍ପ୍ୟୁଟିଂ (ସି-ଡାକ) ପକ୍ଷରୁ ୫୭୦ଟି ପଦବୀ ପାଇଁ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀମାନଙ୍କଙ୍କୁ ପ୍ରୋଜେକ୍ଟ ଆସୋସିଏଟ, ପ୍ରୋଜେକ୍ଟ ଇଞ୍ଜିନିୟର, ପ୍ରୋଜେକ୍ଟ ମ୍ୟାନେଜର, ସିନିୟର ପ୍ରୋଜେକ୍ଟ ଇଞ୍ଜିନିୟର ଆଦି ବିଭିନ୍ନ ପ୍ରକାରର ପଦରେ ନିଯୁକ୍ତି ଦିଆଯିବ ।

ଫେବୃଆରୀ ମାସ ୧ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୨୦ ତାରିଖରେ ସମାପ୍ତ ହେବ । ସାକ୍ଷାତକାର ପାଇଁ ପ୍ରାର୍ଥୀଙ୍କୁ ପରବର୍ତ୍ତୀ ସମୟରେ ଇ-ମେଲ ଦ୍ୱାରା ଜଣାଇ ଦିଆଯିବ । ସମସ୍ତ ପଦ ପାଇଁ ବୟସ ଯୋଗ୍ୟତା ଅଲଗା ଅଲଗା ରହିଛି । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଅନଲାଇନ୍ ଆବେଦନ ଲିଙ୍କ: https://careers.cdac.in/advt-details/CORP-3112023-E58YK

ନୋଟିଫିକେସନ ଲିଙ୍କ: https://careers.cdac.in/advt-details/CORP-3112023-E58YK

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.cdac.in/

Get real time updates directly on you device, subscribe now.