fbpx

SBI ଗ୍ରାହକଙ୍କୁ ମିଳିବ ବଡ ଫାଇଦା: ବ୍ୟାଙ୍କ ତରଫରୁ ଆକାଉଣ୍ଟକୁ ଆସିବ ଏତିକି ଟଙ୍କା

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଆକାଉଣ୍ଟ ଥିବା ଗ୍ରାହକମାନଙ୍କ ପାଇଁ ଏକ ବଡ ଖବର ଆସିଛି । ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହି ଗ୍ରାହକମାନଙ୍କୁ ବଡ ଫାଇଦା ମିଳିପାରେ ବୋଲି ବ୍ୟାଙ୍କ ତରଫରୁ ସୂଚନା ଦିଆଯାଇଛି । ତେବେ ଆସନ୍ତୁ ଜାଣିବା କିପରି ଷ୍ଟେଟ ବ୍ୟାଙ୍କର ଗ୍ରାହକମାନେ ଏହାର ଫାଇଦା ପାଇପାରିବେ । ନିକଟରେ ଫିକ୍ସଡ ଡିପୋଜିଟର ଦରବୃଦ୍ଧି କରିଛି ଏସବିଆଇ ବ୍ୟାଙ୍କ ।

ସୂଚନା ଅନୁସାରେ, ୪୦୦ ଦିନର ଏଫଡି ଉପରେ ୭.୧ ପ୍ରତିଶତ ଦର ଫାଇଦା ଦେବାକୁ ଯାଉଛି । ଏହାସହିତ ୨ କୋଟି ଟଙ୍କାରୁ କମ ରାଶି ଉପରେ ବୋନସ ପଏଣ୍ଟ ବୃଦ୍ଧି କରାଯାଇଛି । ତେବେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଗ୍ରାହକ ଏହାର ଫାଇଦା ନେଇପାରିବେ । ଏହାଦ୍ୱାରା ଜଣେ ଗାହକଙ୍କୁ ୪୦,୦୮୮ ଟଙ୍କାର ଲାଭ ମିଳିପାରିବ । ତେବେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜର ଖାସ ସ୍କିମରେ ସୁଧହାର ବୃଦ୍ଧି କରିଛି । ଯଦି ଜଣ ଗ୍ରାହକ ୫ ଲକ୍ଷ ଟଙ୍କା ଡିପୋଜିଟ କରନ୍ତି, ତେବେ ମ୍ୟାଚୁରିଟି ପୂରଣ ହେବା ପରେ ୫,୪୦,୦୮୮ଟଙ୍କା ମିଳିପାରିବ । ଅର୍ଥାତ, ୫ ଲକ୍ଷ ପରେ ୪୦,୦୮୮ ଟଙ୍କା ସୁଧ ଆକାରରେ ଆପଣଙ୍କ ଆକାଉଣ୍ଟରେ ଡିପୋଜିଟ କରି ଦିଆଯିବ । ତେବେ ଆସନ୍ତା ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଏହାର ଫାଇଦା ଉଠାଇ ପାରିବେ ଗ୍ରାହକ ।

ଏହାବ୍ୟତୀତ ୨ କୋଟିରୁ କମ ଟଙ୍କାର ଡିପୋଜିଟ କଲେ ଏଥିରେ ବ୍ୟାଙ୍କ ତରଫରୁ ୨୫ ବେସିସ ପଏଣ୍ଟ ବୃଦ୍ଧି କରିଛି । ଏସବିଆଇର ପ୍ରଥମ ବର୍ଷର ମ୍ୟାଚୁରିଟି ଏଫଡିରେ ୬.୭୫ ପ୍ରତିଶତ ଫାଇଦା ମିଳୁଥିବା ବେଳେ ବର୍ତ୍ତମାନ ଏଥିରେ ୦.୦୫ ପ୍ରତିଶତ ବୃଦ୍ଧି କରାଯାଇଛି । ସେହିପରି ୨ ବର୍ଷର ଏଫଡି ଉପରେ ୦.୨୫ପ୍ରତିଶତ ବୃଦ୍ଧି କରାଯାଇଥିବା ବେଳେ ବର୍ତ୍ତମାନ ଏଥିରେ ୭ ପ୍ରତିଶତ ସୁଧର ଫାଇଦା ମିଳିପାରିବ ।

Get real time updates directly on you device, subscribe now.