fbpx

ସୋସିଆଲ ମିଡିଆରେ IAS-IPS ଅଧିକାରୀଙ୍କ ଲଢେଇ , ରାଜ୍ୟ ଗୃହମନ୍ତ୍ରୀ ଦେଲେ ଚେତାବନୀ

ବେଙ୍ଗାଲୁର : ଦୁଇ ଜଣ ମହିଳା ସେବା ଅଧିକାରୀଙ୍କ ସର୍ବାଜନିକ ଭାବରେ ଫଟୋ ଲଢେଇକୁ ନେଇ କର୍ଣ୍ଣଟକ ପ୍ରଶାସନ ପୁରା ନକେଦମ୍ ହୋଇଗଲାଣି । ଝଗଡାର ଅନ୍ତ ଘଟାଇବାକୁ ଖୋଦ୍ ରାଜ୍ୟ ଗୃହ ମନ୍ତ୍ରୀଙ୍କୁ ଚେତାବନୀ ଦେବାକୁ ପଡିଛି ।

ସୂଚନାଯୋଗ୍ୟ, ରବିବାର ଭାରତୀୟ ପୁଲିସ ସେବା ଅଧିକାରୀ (ଆଇପିଏସ୍‌) ରୂପା ମୌଦଗିଲ ସୋସିଆଲ ମିଡିଆରେ ଭାରତୀୟ ପ୍ରଶାସନିକ ସେବା ଅଧିକରୀ (ଆଇଏଏସ୍‌) ରୋହିଣୀ ସିନ୍ଧୁରୀଙ୍କୁ ବ୍ୟକ୍ତିଗତ ଭାବେ ଫଟୋ ସେୟାର କରିଥିଲେ । ଏହା ସହ ସେ ଅଭିଯୋଗ କରିଥିଲେ ଯେ, ରୋହିଣୀ ପୁରୁଷ ଅଧିକାରୀମାନଙ୍କୁ ଫଟୋ ସେୟାର କରି ସେବା ଆଚରଣର ନିୟମ ଉଲ୍ଲଂଘନ କରିଛନ୍ତି ।

କେବଳ ସେତିକି ନୁହେଁ, ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ଆଇପିଏସ୍ ରୂପା ଆଇଏଏସ୍ ରୋହିଣୀ ସିନ୍ଧୁରୀଙ୍କ ବିରୋଧରେ ଦୁର୍ନୀତିକୁ ଅଭିଯୋଗ ଆଣି ଏକ ଲମ୍ବା ଚଉଡା ପୋଷ୍ଟ କରିଥିଲେ ।
ବିପକ୍ଷରେ ଆଇଏଏସ୍ ରୋହିଣୀ ସିନ୍ଧୁରୀ ଏହି ଅଭିଯୋଗକୁ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନର ଧମକ ଦେଇଥିଲେ । ଆଇପିଏସ୍ ରୂପାଙ୍କ ପୋଷ୍ଟରେ ପ୍ରତିତ୍ତୋର ଦେଇ ଲେଖିଥିଲେ ଯେ, ମାନସିକ ରୋଗ ଏବ ବଡୁତ ବଡ ସମସ୍ୟା ଏବଂ ଆପଣଙ୍କୁ ଔଷଧ ଓ ପରାମର୍ଶର ଆବଶ୍ୟକତା ରହିଛି ।

ଏହି ସରକାରୀ ଅଧିକାରୀଙ୍କ ସର୍ବଜନିକ ଝଗଡାକୁ ନେଇ ଅତିଷ୍ଠ ହୋଇପଡିଛି କର୍ଣ୍ଣାଟକ ସରକାର । ଝଗଡାର ଅନ୍ତ ଘଟାଇବା ପାଇଁ ଉଭୟଙ୍କୁ ଚେତାବନୀ ଦିଆଯାଇଛି ।

Get real time updates directly on you device, subscribe now.