fbpx

ବହୁତ ଶୀଘ୍ର ଆସିବ ‘ହିଟ୍ ୱେଭ୍‌’ , ଜାଣନ୍ତୁ କେଉଁ ସହରର କେତେ ରହିବ ତାପମାତ୍ରା

ନୂଆଦିଲ୍ଲୀ : ଚଳିତବର୍ଷ ବହୁତ ଶୀଘ୍ର ‘ହିଟ୍ ୱେଭ୍‌’ ର ଆରମ୍ଭ ହେବାକୁ ଯାଉଛି । ହୋଲି ପୂର୍ବରୁ ଦେଶରେ ‘ହିଟ୍ ୱେଭ୍‌’ ର ଆରମ୍ଭ ହୋଇସାରିଥିବ ବୋଲି ଭାରତର କେନ୍ଦ୍ରୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସୂଚନା ମିଳିଛି । ରାଜଧାନୀ ଦିଲ୍ଲୀରେ ସର୍ବନିମ୍ନ ଓ ସର୍ବାଧିକ ତାପମାତ୍ରା ସମାନ୍ୟତମ ବୃଦ୍ଧି ହେବ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ , ହୋଲି ପୂର୍ବରୁ ରାଜଧାନୀ ଦିଲ୍ଲୀର ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ହେବାର ଆଶଙ୍କା ରହିଛି । ସେହିପରି ପଞ୍ଜାବ, ହରିୟାଣା, ଦିଲ୍ଲୀ ଏନସିଆର, ଉତ୍ତରପ୍ରଦେଶରେ ମଧ୍ୟ ସମାନ ସ୍ଥିତି ରହିବ । ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ ରେ ତାପମାତ୍ରା ୩୩ ରୁ ୩୮ ରହିବ ବୋଲି ଆଇଡିଏମ୍ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ସମୟରେ ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ତାପମାତ୍ରା ୭ରୁ ୮ ଡିଗ୍ରୀ ସେଲସିୟସ୍ ରହିପାରେ ।

ସୂଚନାଯୋଗ୍ୟ, ଦିଲ୍ଲୀରେ ସୋମବାର ସକାଳେ ସର୍ବନିମ୍ନ ତାପମାତ୍ରା ୧୩.୧ ସେଲସିୟସ୍ ରହିଥିଲା । ସକାଳ ୮ଟାରେ ୯୧% ଆର୍ଦ୍ରତା ରେକର୍ଡ କରାଯାଇଥିଲା । ସେହିପରି ରବିବାର ଦିନ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୩୨ ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା ୧୧.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ଆଇଏମଡି ପକ୍ଷରୁ ସୂଚନା ମିଳିଛି ।

 

Get real time updates directly on you device, subscribe now.