fbpx

TATA IPL-2023 ପୂର୍ବରୁ ଧୋନୀଙ୍କୁ ଝଟକା: ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଲେ ଚେନ୍ନାଇର ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଟାଟା ଆଇପିଏଲ-୨୦୨୩ ପୂର୍ବରୁ ୟେଲୋ ଆର୍ମିକୁ ଶକ୍ତ ଝଟକା ଲାଗିଛି । ଆହତ ସମସ୍ୟା ଯୋଗୁଁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ଚେନ୍ନାଇ ସୁପର କିଙ୍ଗସର ଜଣେ ଷ୍ଟାର ପ୍ଲେୟର । ଦଳରେ ତାଙ୍କ ଅନୁପସ୍ଥିତି ଚେନ୍ନାଇର ଶକ୍ତିକୁ କମ୍ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଚଳିତବର୍ଷ ପ୍ରଥମ କରି ଦଳରେ ଯୋଗ ଦେଇଥିବା କାଇଲ ଜାମିସନ ସର୍ଜରୀ ପାଇଁ ଆଇପିଏଲ-୨୦୨୩ରୁ ବାଦ ପଡିଛନ୍ତି ।

ଆହତ ଯୋଗୁଁ ନ୍ୟୁଜିଲାଣ୍ଡ ତଥା ସିଏସକେର ଷ୍ଟାର ବୋଲର କାଇଲ ଜାମିସନଙ୍କର ଅଣ୍ଟା ସର୍ଜରୀ କରାଯିବ । ଆଘାତ ଜନିତ ସମସ୍ୟା ପୁଣିଥରେ ଦେଖା ଦେବାରୁ ଅପରେସନ ଜରୁରୀ ହୋଇପଡିଛି । ତେବେ ଚଳିତବର୍ଷ ଚେନ୍ନାଇ ସୁପର କିଙ୍ଗସ ଦଳରେ ପ୍ରମୁଖ ବୋଲର ଭାବେ ସାମିଲ ହୋଇଥିଲେ କାଇଲ ଜାମିସନ । କିନ୍ତୁ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ସେ ଦଳରୁ ବାଦ ପଡିଛନ୍ତି । ଅଣ୍ଟାରେ ଥିବା ଆଘାତ ପୁଣିଥରେ ଦେଖା ଦେଇଥିବାରୁ ସର୍ଜରୀ ନିହାତି ଆବଶ୍ୟକ ହୋଇପଡିଛି । ଆଘାତ ଯୋଗୁଁ କୌଣସି ମ୍ୟାଚ ଖେଳିବା ପାଇଁ ସମ୍ପୂର୍ଣ୍ଣ ଫିଟ ମଧ୍ୟ ହୋଇପାରୁନାହାନ୍ତି କାଇଲ ଜାମିସନ । ଫଳରେ ଆଇପିଏଲର ଏହି ସିଜନ ଖେଳିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ।

ଆଘାତକୁ ନଜରରେ ରଖି କୁହାଯାଉଥିଲା ଯେ, ବିଶ୍ରାମ ଦ୍ୱାରା ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ । କିନ୍ତୁ ପୁଣିଥରେ ସେ ଆଘାତପ୍ରାପ୍ତ ହୋଇଥିବାରୁ ସର୍ଜରୀ ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର । ତେବେ ଦଳରୁ ବାଦ ପଡିବା ଘଟଣା ଧୋନୀଙ୍କ ପାଇ ନିଶ୍ଚିତ ଚିନ୍ତାର କାରଣ ପାଲଟି ଯାଇଛି । ଦୀପକ ଚହରଙ୍କ ସହ ଜାମିସନଙ୍କ ଉପରେ ବୋଲିଂ ଭାର ଦେବା ପାଇଁ ନିଷ୍ପତ୍ତି ନେଇଥିଲେ ମାହି । କିନ୍ତୁ ଏହି ଖବର ଧୋନୀ ଏବଂ ଚେନ୍ନାଇ ପ୍ରଶଂସକମାନଙ୍କ ପାଇଁ ଏ ଝଟକା ସଦୃଶ ହୋଇପାରେ ।

Get real time updates directly on you device, subscribe now.