fbpx

ସିବିଆଇ ଆଉଥରେ ମନୀଷ ସିସୋଦିଆଙ୍କୁ ପଠାଇଲା ନୋଟିସ, ୨୬ ଫେବୃଆରୀ ଦିନ ହେବ ଜେରା

ନୂଆଦିଲ୍ଲୀ: ମଦ ମାମଲାକୁ ନେଇ ସିସିଆଇ ପୁଣିଥରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ନୋଟିସ ପଠାଇଛି । ୨୬ ଫେବୃଆରୀ ଦିନ ପଚରାଉଚରା କରାଯିବା ନେଇ ସିସୋଦିଆଙ୍କୁ ଡକାଇଛନ୍ତି । ଏହା ପୂର୍ବରୁ ତଦନ୍ତ କମିଟି ମନୀଷ ସିସୋଦିଆଙ୍କୁ ୧୯ ଫେବୃଆରୀ ଦିନ ପଚରାଉଚରା ପାଇଁ ଡ଼ାକିଥିଲା । ହେଲେ ସେ ହାଜର ହେବା ପାଇଁ ଏକ ସପ୍ତାହ ମାଗିଥିଲେ । ତେଣୁ ସିବିଆଇ ସିସୋଦିଆଙ୍କୁ ୨୬ ତାରିଖ ଦିନ ଜେରା କରିବା ପାଇଁ ନୋଟିସ ପଠାଇଛନ୍ତି ।

ସୂଚନା ଅନୁସାରେ, ସିବିଆଇ ଗତକାଲି ମନୀଷ ସିସୋଦିଆଙ୍କୁ ଜେରା ପାଇଁ ଡ଼ାକିଥିଲେ । ହେଲେ ସିସୋଦିଆ ସିବିଆଇକୁ ଏକ ପତ୍ର ମାଧ୍ୟମରେ କହିଥିଲେ ଯେ, ମୁଁ ବଜେଟ ବନାଇବାରେ ବ୍ୟସ୍ତ ଅଛି । ମୋ ପାଇଁ ଗୋଟେ ଗୋଟେ ମୂହୁର୍ତ୍ତ ମୂଲ୍ୟବାନ ଅଟେ । ମୁଁ ପ୍ରଶ୍ନକୁ ଡରୁ ନାହିଁ କି କୁଆଡେ ପଳାଉନାହିଁ । ମୁଁ କେବଳ କହୁଛି ଏହି ବଜେଟର କାମ ସରିଯାଉ ମୁଁ ଯାଇ ସିବିଆଇ ନିକଟରେ ହାଜର ହେବି ।

ଉଲ୍ଲେଖନୀୟ ଯେ, ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଅନ୍ୟନ୍ୟ ନେତାଙ୍କ ଉପରେ ରାଷ୍ଟ୍ରୀୟ ରାଜଧାନୀରେ ନୂଆ ମଦ ବିକ୍ରି ନୀତି ଜରିଆରେ ଭ୍ରଷ୍ଠାଚାର କରିବା ଅଭିଯୋଗ ରହିଛି । ଉପ ରାଜ୍ୟପାଳ ବିକେ ସକ୍ସେନା ଗତବର୍ଷ ସିବିଆଇ ତଦନ୍ତ ପାଇଁ ଆଦେଶ ଦେଇଥିଲେ । ଏହାପରେ ଦିଲ୍ଲୀ ସରକାର ନୂଆ ମଦ ନୀତିକୁ ବାତିଲ କରି ପୂରଣା ନୀତିକୁ ଫେରିଥିଲେ ଏବଂ ଉପରାଜ୍ୟପାଳଙ୍କୁ କୋଟିକୋଟି ଟଙ୍କାର ରାଜସ୍ୱ କ୍ଷତି ପାଇଁ ଦାୟୀ କରାଯାଇଛି ।

Get real time updates directly on you device, subscribe now.