fbpx

(Video) ରାଶନରେ ପ୍ଲାଷ୍ଟିକ୍ ଚାଉଳ! ଏହାକୁ ଖାଇଲେ ମଣିଷ ବଞ୍ଚିବ ତ, ଏଥିପାଇଁ ଦାୟୀ କିଏ, ଦେଖନ୍ତୁ କିପରି ତରଳି ଯାଉଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଅଧିକାଂଶ ଖାଦ୍ୟ ସାମଗ୍ରୀରେ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥର ପ୍ରୟୋଗ କରାଯାଉଛି । କମ୍ ସମୟ ମଧ୍ୟରେ ମଣିଷ ଅଧିକ ଫାଇଦା ହାସଲ କରିବାରେ ସକ୍ଷମ ହୋଇଥିଲେ ହେଁ ଏହା ଆମର ସ୍ୱାସ୍ଥ୍ୟ ଉପରେ କିନ୍ତୁ ଖରାପ ପ୍ରଭାବ ପକାଉଛି । ପୂର୍ବରୁ ରାଜ୍ୟରେ ନକଲି ଅଣ୍ଡାକୁ ନେଇ ତୁମ୍ବିତୋଫାନ ସୃଷ୍ଟି ହୋଇଥିବା ବେଳେ ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଘଟଣା ।

ସୂଚନା ମୁତାବକ, ଗରିବ ଲୋକଙ୍କୁ ସରକାର ମାଗଣାରେ ରାଶନ ସାମଗ୍ରୀ ପ୍ରଦାନ କରିଥାନ୍ତି । ମାତ୍ର ଏହି ରାଶନ ଚାଉଳ ଯଦି ଧୋକ୍କା ଦେବ ତେବେ ଦୁଃଖ କାହାକୁ କହିବା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ । ଜିଲ୍ଲାର ବିଶ୍ରା ବ୍ଲକର ମନକୋ ଗ୍ରାମପଞ୍ଚାୟତର ଚିରୋବେଳା ଗ୍ରାମରେ ରାଶନରେ ପ୍ଲାଷ୍ଟିକ୍ ଚାଉଳ ଦିଆଯାଇଥିବା ଅଭିଯୋଗ ହୋଇଛି । ପ୍ରତି ମାସରେ ମିଳୁଥିବା ଟଙ୍କିକିଆ ଚାଉଳକୁ ନେଇ ବଡ଼ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଏହି ପ୍ଲାଷ୍ଟିକ୍ ଚାଉଳକୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ରାଶନରେ ମିଳିଥିବା ଏହି ପ୍ଲାଷ୍ଟିକ ଚାଉଳକୁ ନିଆଁରେ ଜଳାଇଲେ ତାହା ଅଙ୍ଗାର ପାଲଟି ଯାଉଛି । ତେଣୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ । ଚାଉଳକୁ ନିଆଁରେ ତରଳାଇଲେ ତାହା ପ୍ଲାଷ୍ଟିକ ପରି ତରଳି ଯାଉଥିବାରୁ ଏହାକୁ ନେଇ ଗ୍ରାମବାସୀଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଏହି ଚାଉଳକୁ ଖାଇଲେ ତାହା ଶରୀରକୁ କ୍ଷତି ପହଞ୍ଚାଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ସରକାର ଉଚ୍ଚମାନର ଚାଉଳ ପ୍ରଦାନ କରୁଥିବା ବେଳେ ଏପରି ନିମ୍ନମାନର ଚାଉଳ ପ୍ରଦାନ ପଛରେ କାହାର ହାତ ଅଛି? ଜିଲ୍ଲା ପ୍ରଶାସନ ଓ ଡିଲରଙ୍କର ଏହା ପଛରେ ହାତ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.