fbpx

ଗୋଟିଏ ବିଲ୍ଡିଂରେ ୫୮ କରୋନା ପଜିଟିଭ୍, ସାମନାକୁ ଆସିଲା ୧୭ଟି ନୂଆ ମାମଲା

ନୂଆଦିଲ୍ଲୀ,୩ ।୫: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦକ୍ଷିଣ ପଶ୍ଚିମ ଦିଲ୍ଲୀ କାପସହେଡା ଅଞ୍ଚଳର ଗୋଟିଏ ବିଲ୍ଡିଂରେ ୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୭ଟି ନୂଆ ମାମଲା ସାମନାକୁ ଆସିଛି । ବର୍ତ୍ତମାନ ସୁଦ୍ଧା ଗୋଟିଏ ବିଲ୍ଡିଂରେ ୫୮ ଜଣ କରୋନା ଭାଇରସରେ ସଂକ୍ରମିତ ହୋଇସାରିଛନ୍ତି । ଜନବହୁଳ ଅଞ୍ଚଳ ହେବା ସହ ସମସ୍ତେ ଗୋଟିଏ ଶୌଚାଳୟ ବ୍ୟବହାର କରୁଥିବାରୁ ଆଗକୁ ଆହୁରୀ ସଂକ୍ରମଣ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ତେବେ କାପସହେଡ ଅଞ୍ଚଳର ‘ଠେକେ ୱାଲି ଗଳି’ରେ ୨୦୦ ଲୋକ ରହୁଥିବା ଜଣାପଡିଛି ।

ପୂର୍ବରୁ ଦିଲ୍ଲୀର କାପସହେଡାର ଗୋଟିଏ ଘରେ ଏକ କରୋନା ମାମଲା ସାମାନକୁ ଆସିଥିଲା । ଜନବହୁଳକୁ ଦୃଷ୍ଟିରେ ରଖି ୧୯ ଏପ୍ରିଲରେ ଏହି ଅଞ୍ଚଳକୁ ସିଲ୍ କରିଥିଲା ପ୍ରଶାସନ । ଏହା ପରେ ୨୦ ଏପ୍ରିଲରେ ୯୫ ଲୋକଙ୍କ ନମୁନା ଓ ୨୧ ଏପ୍ରିଲରେ ୮୦ ଲୋକଙ୍କ ନମୁନା ପରୀକ୍ଷା ପାଇଁ ଏନଆଇବିକୁ ପଠାଯାଇଥିଲା । ମୋଟ୍ ୧୭୫ ଲୋକଙ୍କ ନମୁନାରୁ ୬୭ ଜଣଙ୍କର ରିପୋର୍ଟ ଆସିଥିଲା, ଯେଉଁଥିରୁ ୪୧ ଜଣଙ୍କୁ କରୋନା ହୋଇଥିବା ଗତକାଲି ଜଣାପଡିଥିଲା । ଆଜି ଆହୁରି ୧୭ ଜଣଙ୍କର ନମୁନା ପଜିଟିଭ ଆସିଛି ।

Get real time updates directly on you device, subscribe now.