fbpx

ଭାରତରେ ଆରମ୍ଭ ହେଲା 5G ସେବା, ଇଣ୍ଡିଆନ ମୋବାଇଲ୍ କଂଗ୍ରେସରେ ଲଞ୍ଚ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦୀର୍ଘ ସମୟ ଅପେକ୍ଷା ପରେ ଶେଷରେ ଭାରତରେ ୫ଜି ସେବା ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇଣ୍ଡିଆନ ମୋବାଇଲ୍ କଂଗ୍ରେସ କାର୍ଯ୍ୟକ୍ରମ ୨୦୨୨ରେ ଦେଶରେ ୫ଜି ସେବାର ଶୁଭାରମ୍ଭ କରିଛନ୍ତି। ଏବେ ଭାରତ ମଧ୍ୟ ୫ଜି ଥିବା ଦେଶ ତାଲିକାରେ ଅନ୍ତର୍ଭୁକ୍ତ ହେବ ଯେଉଁଠାରେ ସର୍ବଶେଷ ପିଢ଼ିର ଟେଲିକମ୍ ସେବା ଉପଲବ୍ଧ ହେଉଛି। ଦିଲ୍ଲୀର ପ୍ରଗତି ମଇଦାନରେ ଇଣ୍ଡିଆନ ମୋବାଇଲ୍ କଂଗ୍ରେସ ଆରମ୍ଭ ହୋଇଛି। ଏହି କାର୍ୟ୍ୟକ୍ରମ ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ। ପ୍ରଧାନମନ୍ତ୍ରୀ ମୋଦୀ ଏହି କାର୍ଯ୍ୟକ୍ରମରେ ପହଞ୍ଚି ବିଭିନ୍ନ କମ୍ପାନୀର ଷ୍ଟଲରେ ଥିବା ଉପକରଣ ବିଷୟରେ ଆଲୋଚନା କରିଥିଲେ।

ଆଜିଠାରୁ ରାଜଧାନୀ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ସମେତ ୧୩ ସହରରେ ୫ଜି ନେଟୱାର୍କ ଉପଲବ୍ଧ ହେବ। ଯାହା ଆସନ୍ତା ବର୍ଷ ଶେଷ ସୁଦ୍ଧା ପାନ୍ ଇଣ୍ଡିଆ ସ୍ତରରେ ବିସ୍ତାର ହେବ। ବର୍ତ୍ତମାନ ମେଟ୍ରୋ ସହରଗୁଡିକରେ ୫ଜି ସଂଯୋଗ ଉପଲବ୍ଧ ହେବ। ତେବେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଗାଁ ପାହାଡପୁର ଗ୍ରାମରୁ ମଧ୍ୟ ଆଜି ୫ଜି ଶୁଭାରମ୍ଭ ହେବ। ସେଥିପାଇଁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ମହାମହିମ ରାଷ୍ଟ୍ରପତିଙ୍କ ଗାଁ ପାହାଡପୁର ଚଳଚଂଚଳ ହୋଇ ଉଠିଛି। ଦୀର୍ଘଦିନ ଧରି ୫ଜି ମୋବାଇଲ ସେବାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ସମସ୍ତେ ଅପେକ୍ଷା କରି ଥିଲେ କିନ୍ତୁ ସେ ଅପେକ୍ଷାର ଅନ୍ତ ଘଟିଛି ଆଜି ପାଖରୁ ସାରା ଦେଶରେ ୫ଜି ମୋବାଇଲ ସେବାକୁ ଉପଭୋଗ କରିବେ ଉପଭକ୍ତା।

କେଉଁ ମାନଙ୍କୁ ମିଳିବ ୫ଜି ସେବା ?

୫ଜି ବ୍ୟବହାର କରିବା ପାଇଁ ଆପଣଙ୍କୁ ନୂଆ ସିମ୍ ନେବାକୁ ପଡ଼ିବ ନାହିଁ । ଆପଣ ପୁରୁଣା ସିମରେ ମଧ୍ୟ ଏହି ସେବା ପାଇପାରିବେ । ଏଥିପାଇଁ ଆପଣଙ୍କ ଫୋନ୍‌ରେ ୫ଜି ସପୋର୍ଟ ନେଉଥିବା ଆବଶ୍ୟକ । କେବଳ ୫ଜି ସମର୍ଥନ ନୁହେଁ, ସେହି ବ୍ୟାଣ୍ଡଗୁଡିକ ମଧ୍ୟ ରହିବା ଆବଶ୍ୟକ ଯାହା ଉପରେ ସେବା ଉପଲବ୍ଧ ହେବ । ୫ଜି ସେବାରେ ଆପନଙ୍କୁ କେବଳ ସ୍ପିଡ୍ ଇଣ୍ଟରନେଟ୍ ମିଳିବ । ୫ଜି ସେବାରେ ହାଇସ୍ପିଡ୍ ଇଣ୍ଟରନେଟ ବାଦ୍ ଉନ୍ନତ ଟେଲିକମ୍ ସେବା ଏବଂ କଲ୍ ଉପଲବ୍ଧ ହେବ । ମୋଟ୍ ଉପରେଏଥିରେ ଆପଣଙ୍କ ଟେଲିକମ୍ ଏକ୍ସପିରିଏନ୍ସ ଉନ୍ନତ ହେବ ।

 

Get real time updates directly on you device, subscribe now.