fbpx

ଅଧିକ ସମୟ ପର୍ଯ୍ୟନ୍ତ ପରିସ୍ରା ରୋକିଲେ, ୨୦ ସେକେଣ୍ଡରୁ ଅଧିକ ସମୟ ନେଲେ, ବ୍ଲାଡର ଷ୍ଟୋନ, ମୁତ୍ରାଶୟ ଓ ପ୍ରୋଷ୍ଟେଟ ସମସ୍ୟା ହୋଇପାରେ: ରିସର୍ଚ୍ଚ

ନୂଆଦିଲ୍ଲୀ: ଅଧିକ ସମୟ ପର୍ଯ୍ୟନ୍ତ ପରିସ୍ରା କରିବା କିଛି ଲୋକଙ୍କର ଖରାପ ଅଭ୍ୟାସ ରହିଥାଏ । ତେବେ ଏହାଦ୍ୱାରା ଆପଣଙ୍କର ଶରୀରରେ ଅନେକ ସମସ୍ୟା ଦେଖାଦେଇପାରେ । ସାଧାରଣ ଭାବେ ପରିସ୍ରାରେ ଆମ ଶରୀରରୁ ଅନେକ ଅଶୁଦ୍ଧ ପଦାର୍ଥ ବାହାରି ଯାଇଥାଏ । ଯଦି ଜଣେ ବ୍ୟକ୍ତି ଅଧିକ ସମୟ ପର୍ଯ୍ୟନ୍ତ ପରିସ୍ରାକୁ ଚାପି ରଖେ, ତେବେ ସେ କ୍ଷେତ୍ରରେ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇଥାଏ । ୟୁରିନ ସମ୍ବନ୍ଧୀୟ କୌଣସି ଲାପରବାହୀ ଶରୀରର ଗମ୍ଭୀର କ୍ଷତି କରିଥାଏ । ୟୁନିଭରସିଟି ଅଫ୍ ମିଶିଗନ ତରଫରୁ କରାଯାଇଥିବା ଏକ ରିସର୍ଚ୍ଚରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

ଯଦି ଆପଣ କୌଣସି କାରଣରୁ ଏକ ଘଣ୍ଟା ପର୍ଯ୍ୟନ୍ତ ପରିସ୍ରା ରୋକି ରଖିବେ, ତେବେ ଶରୀରର ବ୍ଲାଡର ସୁଜନ ଆସିବାର ଆଶଙ୍କା ବୃଦ୍ଧି ପାଇବ । କିଛି ଲୋକ ଅଳ୍ପ କିଛି ସେକେଣ୍ଡ ମଧ୍ୟରେ ପରିସ୍ରା କରୁଥିବା ବେଳେ ଆଉ କିଛି ଅଧିକ ସମୟ ଲଗାଇଥାନ୍ତି । ତେବେ ପରିସ୍ରା କରିବାରେ କେତେ ସମୟ ନେବା ଦରକାର ସେନେଇ ଅଧିକାଂଶ ଲୋକ ଜାଣିନଥାନ୍ତି ।

ଜର୍ଜିଆ ଟେକର ଫିଜିସିଷ୍ଟସଙ୍କ ମତରେ ଯେଉଁ ସ୍ତନଧାରୀଙ୍କ ଓଜନ ୩ କେଜିରୁ ଅଧିକ ହୋଇଥାଏ ସେମାନେ ୨୧ ସେକେଣ୍ଡ ମଧ୍ୟରେ ମୁତ୍ରାଶୟ ଖାଲି କରିଥାନ୍ତି । ସେହିପରି ୟୁନିଭରସିଟି ଅଫ୍ ମିଶିଗନର ଜଣେ ବିଶେଷଜ୍ଞ କହିଛନ୍ତି, ଯଦି ଆପଣଙ୍କର ପରିସ୍ରାର ସମୟସୀମା ୨୦ ସେକେଣ୍ଡରୁ କମ୍ ବା ୨୦ ସେକେଣ୍ଡରୁ ଅଧିକ ହୋଇଥାଏ, ତେବେ ଏହାର ଅର୍ଥ ହେଉଛି ଆପଣ ଅଧିକ ସମୟ ପର୍ଯ୍ୟନ୍ତ ପରିସ୍ରାକୁ ରୋକି ରଖୁଛନ୍ତି । ଅଧିକ ସମୟ ପର୍ଯ୍ୟନ୍ତ ପରିସ୍ରା କରିବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ରୋଗର ସଙ୍କେତ ଅଟେ । ଏ କ୍ଷେତ୍ରରେ ବ୍ଲାଷ୍ଟର ଷ୍ଟୋନ, ମୁତ୍ରାଶୟ ସୁଜନ ଓ ପ୍ରୋଟେଷ୍ଟ ସମ୍ବନ୍ଧୀୟ ସମସ୍ୟା ସାମିଲ ହୋଇପାରେ । ସେହିପରି ଟଏଲେଟ ସିଟରେ ଅଧିକ ସମୟ ପର୍ଯ୍ୟନ୍ତ ବସି ରହିବା ମଧ୍ୟ କ୍ଷତିକାରକ ହୋଇଥାଏ ।

Get real time updates directly on you device, subscribe now.