fbpx

ଭାରତ ସରକାରଙ୍କ ବଡ ନିଷ୍ପତ୍ତି: ଭାରତରେ ବ୍ୟାନ୍ ପାକିସ୍ତାନର ଟ୍ୱିଟର ଆକାଉଣ୍ଟ

ନୂଆଦିଲ୍ଲୀ: ପାକିସ୍ତାନକୁ ଭାରତ ସରକାରଙ୍କ ଝଟକା । ଭାରତରେ ବ୍ୟାନ ହୋଇଛି ପାଇସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ । ତେବେ ଭାରତ ସରକାର ପୂର୍ବରୁ ଚାଇନାର ବିଭିନ୍ନ ପ୍ରକାର ଆପକୁ ଭାରତରେ ବ୍ୟାନ କରିଥିବା ବେଳେ ଆଜି ପାକିସ୍ତାନର ଟ୍ୱିଟର ଆକାଉଣ୍ଟକୁ ବ୍ୟାନ କରିଛନ୍ତି ।

ଯାହାଫଳରେ ଏହା ପାକିସ୍ତାନକୁ ଏକ ଶକ୍ତ ଝଟକା ଲାଗିଛି । ତେବେ କୁହାଯାଉଛି କି ଦେଶ ବିରୋଧୀ ଗତିବିଧି ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । କିଛି ସଂଗଠନ ଭାରତରେ ରହି ଆତଙ୍କୀ ଗତିବିଧିକୁ ସଫଳ କରାଉଥିବା ଅଭିଯୋଗ ପରେ ସରକାର ଏଭଳି ଏକ ବଡ ପଦକ୍ଷେପ ନେଇଛନ୍ତି । ନିକଟରେ ଗୃହମନ୍ତ୍ରାଳୟର ନିର୍ଦ୍ଦେଶ ପରେ ଏନଆଇଏ ଓ ଇଡି ସମେତ ଅନ୍ୟ ଏଜେନ୍ସି କିଛି ସଂଗଠନ ଉପରେ ଚଢାଉ କରିଛନ୍ତି । ଏହାସହ କିଛି ସନ୍ଧିଗ୍ଧଙ୍କୁ ମଧ୍ୟ ହେପାଜକୁ ନେଇଛନ୍ତି । ଏହି ଘଟଣାରେ ଅଧିକ ତଦନ୍ତ ସହ ପଚରାଉଚରା ମଧ୍ୟ ଜାରି ରହିଛି ।

Image

ତେବେ ଚାଇନାର ଏହି କାର୍ଯ୍ୟକଳାପ ପାଇଁ ଭାରତ ସରକାର ଚାଇନାର ଅନେକ ଆପ୍ କୁ ଭାରରତରୁ ବ୍ୟାନ କରିଥିଲେ । ଯାହାଫଳରେ ଚାଇନା ଅନେକ କ୍ଷତି ସହିଥିଲା । ବର୍ତ୍ତମାନ ପାକିସ୍ତାନର ଏହି ଦେଶ ବିରୋଧି କାର୍ଯ୍ୟକୁ ସଫଳ ନ କରାଇବା ପାଇଁ କେନ୍ଦ୍ର ସରକାର ଏପରି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.