fbpx

ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ କୁନ୍ଦ୍ରା: କହିଲେ ଏପରି କଥା…

ନୂଆଦିଲ୍ଲୀ: ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ରାଜ ତାଙ୍କ ଚିଠିରେ ଦାବି କରିଛନ୍ତି ଯେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରିବାରେ ସେ ସମ୍ପୃକ୍ତ ନାହାନ୍ତି । ଏହାସହ କୌଣସି ଅଭିଯୁକ୍ତଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । କେବଳ ଏତିକି ନୁହେଁ, ଅଶ୍ଳୀଳ ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟରେ ତାଙ୍କ ନାମ ଉଲ୍ଲେଖ ନହେବା ସତ୍ତେ୍ୱ ପୋଲିସ ତାଙ୍କୁ ଏହି ମାମଲାରେ ଟାଣି ନେଉଛି ବୋଲି ରାଜ ଚିଠିରେ ଜଣାଇଛନ୍ତି ।

କେବଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନୁହେଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ମଧ୍ୟ ରାଜ୍ ଚିଠି ଲେଖିଛନ୍ତି । ଏହି ଚିଠିରେ ସେ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିବା ସହ ମୁମ୍ବାଇ କ୍ରାଇମ ବ୍ରାଞ୍ଚର ବରିଷ୍ଠ ଅଧିକାରୀ ମୋତେ ଫସାଇଛନ୍ତି ବୋଲି କହିଛନ୍ତି । ଏତତ୍ ବ୍ୟତୀତ ରାଜ କୁନ୍ଦ୍ରା ସିବିଆଇକୁ ମଧ୍ୟ ଏହି ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି । ସେ ଏହା ଲେଖିଛନ୍ତି ଯେ ମୁମ୍ବାଇ କ୍ରାଇମ ବ୍ରାଞ୍ଚର କିଛି ଅଧିକାରୀ ତାଙ୍କୁ ଏହି ମାମଲାରେ ଫସାଇବା ସହ ଜାଣି ଜାଣି ସମ୍ପୃକ୍ତ କରିବା ପାଇଁ ଏହା କରିଛନ୍ତି । ତାଙ୍କ ବିରୋଧରେ ସାକ୍ଷ୍ୟ ଦେବାକୁ ପ୍ରତ୍ୟେକ ସାକ୍ଷୀଙ୍କୁ ଚାପ ଦିଆଯାଉଥିବା ନେଇ ମଧ୍ୟ ରାଜ କୁନ୍ଦ୍ରା ଅଭିଯୋଗ କରିଛନ୍ତି ।
ରାଜ କୁନ୍ଦ୍ରା ଦାବି କରିଛନ୍ତି କି ଏହି ମାମଲାଟି ଜଣେ ବ୍ୟବସାୟୀଙ୍କ ବ୍ୟକ୍ତିଗତ ପ୍ରତିଶୋଧ ଉପରେ ନିର୍ମିତ ହୋଇଛି । ଯିଏ ତାଙ୍କୁ ଗିରଫ କରିବା ପାଇଁ ପୋଲିସ ଅଧିକାରୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ଖବର ଅନୁଯାୟୀ, ରାଜ ସିବିଆଇକୁ ଦେଇଥିବା ଅଭିଯୋଗ ପତ୍ରରେ ଅଧିକାରୀଙ୍କ ନାମ ମଧ୍ୟ ଦେଇଛନ୍ତି ।

ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ଆପରେ ପ୍ରସାରଣ ହୋଇଥିବା ଅଭିଯୋଗରେ ରାଜ ଲେଖିଛନ୍ତି ଯେ ଏହି ଆପ୍ ତାଙ୍କ ଭାଉଜଙ୍କର ଅଟେ ଏବଂ ଏଥିରେ ଅଶ୍ଳୀଳ ଭିଡିଓ ନାହିଁ କିମ୍ବା କୌଣସି ପ୍ରକାର ଅଶ୍ଳୀଳ ଭିଡିଓ ପ୍ରସ୍ତୁତିରେ ତାଙ୍କର ସମ୍ପୃକ୍ତି ନାହିଁ । ତେବେ କିଛି ଦିନ ପୂର୍ବରୁ ଅର୍ଥାତ ୧୯ ଜୁଲାଇ ୨୦୨୧ରେ ରାଜ୍ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଭିଡିଓ ନିର୍ମାଣ ଅଭିଯୋଗରେ ଗିରଫ କରାଯାଇଥିଲା । ଏହାପରେ ସେ ଜାମିନରେ ଆସିଥିଲେ ।

 

Get real time updates directly on you device, subscribe now.