fbpx
BJD SKY
BJD SKY

ଖୁବଶୀଘ୍ର ଆସୁଛି ୫ଜି: ଜାଣନ୍ତୁ କେବେ ପାଇପାରିବେ ନେଟୱର୍କର ସୁବିଧା

BJD

ନୂଆଦିଲ୍ଲୀ: ୫ଜିର ଅପେକ୍ଷା କରୁଥିବା ଲୋକଙ୍କୁ ଚଳିତ ବର୍ଷ ଏହି ସେବା ମିଳିବା ଆରମ୍ଭ ହେବ । ଚଳିତ ବର୍ଷ ଅଗଷ୍ଟ-ସେପ୍ଟେମ୍ବରରେ ୫ଜି ସେବା ଆରମ୍ଭ ହେବ । ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର କହିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ୨୦-୨୫ ସହରରେ ୫ଜି ସେବା ଆରମ୍ଭ ହୋଇଯିବ ।

ଏହା ସହ ସେ ଏନେଇ ସଙ୍କେତ ଦେଇଛନ୍ତି ଯେ ଭାରତରେ ଡାଟାର ଦାମ୍ ଅନ୍ୟ ଦେଶ ତୁଳନାରେ କମ୍ ରହିବ । ଭାରତରେ ବର୍ତ୍ତମାନ ଡାଟାର ମୂଲ୍ୟ ବିଶ୍ୱ ତୁଳନାରେ ବେଶ୍ କମ୍ ରହିଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତ ୪ଜି ଏବଂ ୫ଜି ଷ୍ଟେକ୍ ବିକଶିତ କରୁଛି, ଏବଂ ଡିଜିଟାଲ ନେଟୱର୍କରେ ଦୁନିଆ ପାଇଁ ଏକ ବିଶ୍ୱସନୀୟ ସ୍ରୋତ ଭାବରେ ନିଜର ସ୍ଥିତିକୁ ମଜବୁତ କରିବା ପାଇଁ ପ୍ରସ୍ତୁତ । ସେ କହିଛନ୍ତି ଯେ ଅନେକ ଦେଶ ଭାରତ ଦ୍ୱାରା ବିକଶିତ କରାଯାଉଥିବା ୪ଜି ,ବଂ ୫ ଜି ଉତ୍ପାଦ ଏବଂ ଟେକ୍ନୋଲୋଜିକୁ ପ୍ରାଥମିକତା ଦେବାକୁ ଚାହୁଛନ୍ତି ।

କେନ୍ଦ୍ରମନ୍ତ୍ରୀ ଅବାଞ୍ଛିତ କଲ୍ ପ୍ରସଙ୍ଗକୁ ନେଇ କହିଛନ୍ତି ଯେ ମନ୍ତ୍ରାଳୟ ଏକ ମହତ୍ତ୍ୱପୂର୍ଣ୍ଣ ନିୟମ ଉପରେ କାମ କରୁଛି । ଏହା ଅନୂଯାୟୀ କୌଣସି କଲ୍ କରୁଥିବା ବ୍ୟକ୍ତିଙ୍କ କେୱାଇସି ଚିହ୍ନିତ ନାମକୁ ଜଣାଯାଇପାରିବ ।

ସୂଚନାଯୋଗ୍ୟ, ୧୪ ଜୁନ୍ ରେ ହୋଇଥିବା କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ୫ଜି ସ୍ପେକ୍ଟ୍ରମ ପାଇଁ ନିଲାମୀକୁ ମଞ୍ଜୁରୀ ମିଳିଛି । ଖୁବଶୀଘ୍ର ନିଲାମୀ ପାଇଁ ଆବେଦନ ମଧ୍ୟ ଆରମ୍ଭ ହୋଇଯିବ । ସୂଚନାଯୋଗ୍ୟ, ଅନେକ ଦିନରୁ ଟେଲିକମ୍ କମ୍ପାନୀମାନେ ୫ଜି ସ୍ପେକ୍ଟ୍ରମ୍ ପାଇଁ ନିଲାମୀ ପାଇଁ ଦାବି କରୁଥିଲେ ।

ଆସନ୍ତା ମାସରୁ ୫ଜି ସ୍ପେକ୍ଟ୍ରମ ପାଇଁ ନିଲାମୀ ଆରମ୍ଭ ହୋଇଯିବ । ସରକାର ୯ ସ୍ପେକ୍ଟ୍ରମର ନିଲାମୀ ପାଇଁ ଯୋଜନା କରିଛନ୍ତି, ଏହି ନିଲାମୀ ୨୦ ବର୍ଷ ପାଇଁ ହେବ । ଏଥିରେ ୬୦୦, ୭୦୦, ୮୦୦, ୧୮୦୦, ୨୧୦୦, ୨୩୦୦ ଏବଂ ୨୫୦୦ ମେଗାହର୍ଟଜ ବ୍ୟାଣ୍ଡ୍ ର ନିଲାମୀ ହେବ ।

Get real time updates directly on you device, subscribe now.