fbpx

ବିଶ୍ୱକପ ଦଳରୁ ବାଦ ପଡିବେ ଆୟର! PLAYING 11କୁ ନେଇ ଏମିତି କହିଲେ ୱାସିମ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଏବେ ପର୍ଯ୍ୟନ୍ତ ଆଶାନୁରୂପ ପ୍ରଦର୍ଶନ କରି ପାରି ନାହାନ୍ତି ଭାରତୀୟ ଦଳର ଷ୍ଟାର ଖେଳାଳି ଶ୍ରେୟସ ଆୟର । ଦ୍ୱିତୀୟ ମ୍ୟାଚରେ ୪୦ ରନର ପାଳି ଖେଳିଥିଲେ ହେଁ, ଅନ୍ୟ ମ୍ୟାଚ ଗୁଡିକରେ ସେ ଲଗାତାର ସଂଘର୍ଷ କରୁଥିବାର ଦେଖିବାକୁ ମିଳିଛି । ତେବେ ତାଙ୍କର ଏହଭଳି ପ୍ରଦର୍ଶନକୁ ନଜରରେ ରଖି ଆସନ୍ତା ଟି-୨୦ ବିଶ୍ୱକପକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭାରତୀୟ ଦଳର ପୂର୍ବତନ କ୍ରିକେଟର ୱାସିମ ଜାଫର ।

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ପେସ ବୋଲରମାନଙ୍କ ବିରୋଧରେ ସଂଘର୍ଷ କରୁଥିବାର ନଜର ଆସିଛନ୍ତି ଶ୍ରେୟସ । ତେଣୁ ଅଷ୍ଟ୍ରେଲିଆ ପିଚରେ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଫଳରେ ସେ ଭାରତୀୟ ଦଳର ପ୍ଲେଇଙ୍ଗ ୧୧ରେ ସ୍ଥାନ ପାଇବା କଷ୍ଟକର ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ୱାସିମ ଜାଫର । ଏହାବ୍ୟତୀତ ଦଳକୁ କେ.ଏଲ ରାହୁଲ, ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ଫେରିବା ପରେ ଶ୍ରେୟସଙ୍କ ଦଳରେ ରହିବା ସହଜ ନୁହେଁ । ଏହି ସିରିଜର ପ୍ରଥମ ମ୍ୟାଚରେ ୩୬ ଏବଂ ଦ୍ୱିତୀୟ ମ୍ୟାଚରେ ୪୦ ରନର ପାଳି ଖେଳି ସିରିଜରେ ଦମଦାର ଏଣ୍ଟ୍ରି କରିଥିଲେ ଶ୍ରେୟସ । କିନ୍ତୁ ଶେଷ ୨ଟି ମ୍ୟାଚରେ ସେ ନିରାଶ କରିଛନ୍ତି । ତେଣୁ ବିଶ୍ୱକପର ପ୍ରଥମ ପ୍ଲେଇଙ୍ଗ-୧୧ ରେ ତାଙ୍କୁ ସ୍ଥାନ ମିଳିବା ନେଇ ୱାସିମ ଜାଫର ପ୍ରଶ୍ନ ଉଠାଇଛନ୍ତି ।

ଅନ୍ୟ ପକ୍ଷରେ ଋଷଭ ପନ୍ତ ମଧ୍ୟ ଏହି ସିରିଜରେ ନିରାଶଜନକ ପ୍ରଦର୍ଶନ ଜାରି ରଖିଛନ୍ତି । ପନ୍ତଙ୍କୁ ଅଫସାଇଡରେ ଖେଳକୁ ନେଇ ଅଦିକ ସୁଧାର ଆଣିବା ଉଚିତ ବୋଲି ଜାଫର ପରାମର୍ଶ ଦେଇଛନ୍ତି । କେବଳ ସେତିକି ନୁହେଁ, ବିଶ୍ୱକପ ପାଇଁ ପନ୍ତଙ୍କ ସ୍ଥାନ ମଧ୍ୟ ବିପଦରେ ଥିବା ୱାସିମ ଜାଫର ମତପ୍ରକାଶ କରିଛନ୍ତି । ତାଙ୍କ ସ୍ଥାନରେ ଦିନେଶ କାର୍ତ୍ତିକ ୱିକେଟ କିପର ବ୍ୟାଟ୍ସମ୍ୟାନ ଭାବରେ ଦଳରେ ସ୍ଥାନ ପାଇବା ପାଇଁ ସମ୍ପୂର୍ଣ୍ଣ ଫିଟ ବୋଲି ଜାଫର ।

Get real time updates directly on you device, subscribe now.