fbpx
BSKY
BJD SHG SKY
BJD YOUTH SKY

୫ଜି ସ୍ପେକ୍ଟ୍ରମ ନିଲାମ; ସରିଲା ଚାରି ରାଉଣ୍ଡ, ଉତ୍ସାହିତ ନାହାଁନ୍ତି ଟେଲିକମ୍ କମ୍ପାନୀ, ଜାଣନ୍ତୁ ଅପଡେଟ୍

ନୂଆଦିଲ୍ଲୀ: ଟେଲିକମ୍ ସେକ୍ଟରର ବହୁପ୍ରତୀକ୍ଷିତ ୫ଜି ସ୍ପେକ୍ଟ୍ରମ ପ୍ରଥମ ଦିନର ନିଲାମୀ ସରିଛି । ପ୍ରଥମ ଦିନରେ ୪ ରାଉଣ୍ଡର ବିଡିଂ ହୋଇଛି । ଏଥିରେ ଜିଓ, ଏୟାରଟେଲ୍, ଭୋଡାଫୋନ୍-ଆଇଡିଆ(ଭିଆଇ) ଏବଂ ଅଦାନୀ ନେଟୱର୍କ ଭାଗନେଇଥିଲେ । ମିଳିଥିବା ସୂଚନା ଅନୂଯାୟୀ ଟେଲିକମ୍ କମ୍ପାନୀଙ୍କ ମଧ୍ୟରେ ଉତ୍ସାହିତ ତଥା ପ୍ରତିଯୋଗିତା ମୂଳକ ବିଡିଂ ଲଗାଯାଇନଥିଲା ।

ଦେଶରେ ୫ଜି ନେଟୱର୍କ ସେବା ଆରମ୍ଭ ହେବା ପୂର୍ବରୁ ମଙ୍ଗଳବାର ସ୍ପେକ୍ଟ୍ରମର ନିଲାମୀ ହୋଇଛି, ଆସନ୍ତାକାଲି ମଧ୍ୟ ନିଲାମୀ ଜାରି ରହିବ । ସରକାର ୫ଜି ନେଟୱର୍କ ପାଇଁ ୭୨ ମେଗାହର୍ଟଜର ଏୟାରୱେଭର ନିଲାମୀ ଆରମ୍ଭ କରିଛିନ୍ତି । ସମୁଦାୟ ନିଲାମୀ ଜରିଅବାରେ ସରକାରରକୁ ୪.୩ ଲକ୍ଷ କୋଟି ମିଳିବାର ଅନୁମାନ ରହିଛି ।

୫ଜି ସ୍ପେକ୍ଟ୍ରମର ବୈଧତା ୨୦ ବର୍ଷ ପର୍ଯ୍ୟନ୍ତ ରହିବ । ନିଲାମୀରେ ଜିଓ, ଏୟାରଟେଲ୍, ଭିଆଇ ଏବଂ ଅଦାନୀ ନେଟୱର୍କ ୨୧,୮୦୦ କୋଟି ଜମା କରିଛନ୍ତି । ଜିଓ ୧୪ ହଜାର କୋଟି, ଏୟାରଟେଲ ୫,୫୦୦ କୋଟି, ଭିଆଇ ୨,୨୦୦ କୋଟି ଏବଂ ଅଦାନୀ ଡାଟା ନେଟୱର୍କ ୧୦୦ କୋଟି ଟଙ୍କା ଜମା କରିଛନ୍ତି ।

ଏହି ନିଲାମୀ ପରେ ୫ଜି ଟେଷ୍ଟିଂ ଆରମ୍ଭ ହୋଇଯିବ । ଧୀରେ ଧୀରେ ଗ୍ରାହକଙ୍କୁ ୫ଜି ସୁବିଧା ମିଳିବା ଆରମ୍ଭ ହୋଇଯିବ । ୫ଜି ରେ ଇଣ୍ଟରନେଟ୍ ସ୍ପିଡ୍ ୪ଜି ଠାରୁ ୧୦ ଗୁଣା ବଢ଼ିଯିବ । ଏହା ଦ୍ୱାରା ଅନେକ କ୍ଷେତ୍ରରେ ସୁବିଧା ମିଳିବ ।

ଭାରତୀ ଏୟାରଟେଳର ମୁଖ୍ୟ ଟେକନିକ୍ ଅଫିସର ରଣଦୀପ ସେଖୋ କହିଛନ୍ତି ଯେ ନିଲାମୀ ପ୍ରକ୍ରିୟା ସୁଚାରୁରୂପେ ଶେଷ ହେଲେ, ୨୦୨୨ ଶେଷ ସୁଦ୍ଧା କିମ୍ବା ୨୦୨୩ ର ଆରମ୍ଭରେ ୫ଜି ସୁବିଧା ମିଳିବା ଆରମ୍ଭ ହୋଇଯିବ ।

Get real time updates directly on you device, subscribe now.