fbpx

୫ଜିରୁ ବିମାନକୁ ବିପଦ! ସମସ୍ତ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ

AAKASH

ନୂଆଦିଲ୍ଲୀ: ଆମେରିକାର ଏୟାରପୋର୍ଟରେ ଆଜିଠାରୁ ୫ଜି ଇଣ୍ଟରନେଟ୍ ସେବା ଲାଗୁ ହୋଇଛି । ଏହାର ସିଧାସଳଖ ପ୍ରଭାବ ଭାରତୀୟ ଉଡ଼ାଣ ଉପରେ ପଡୁଛି । ଏହି କାରଣ ଯୋଗୁଁ ଆମେରିକା ଯାଉଥିବା ସମସ୍ତ ବିମାନ ଉଡ଼ାଣକୁ ଏୟାର ଇଣ୍ଡିଆ ବାତିଲ କରିଛି । ଏୟାର ଇଣ୍ଡିଆ ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏହାର ସୂଚନା ଦେଇଛି ।

ତେବେ ଭାରତ ଓ ଆମେରିକା ମଧ୍ୟରେ ଏବେ କେବଳ ଏୟାର ଇଣ୍ଡିଆ ବିମାନ ହିଁ ଉଡ଼ୁଛି । କିନ୍ତୁ ୫ଜି ଟେକ୍ନୋଲୋଜି କାରଣରୁ ଏଥିରେ ବି ପରିବର୍ତ୍ତନ କରାଯିବ । ଏୟାର ଇଣ୍ଡିଆ ଆଉ ଏକ ଟ୍ୱିଟରେ କହିଛି ଯେ, ଜାନୁଆରୀ ୧୯ରେ ଦିଲ୍ଲୀରୁ ୱାଶିଂଟନ୍ ଅଭିମୁଖେ ବିମାନ ଏଆଇ୧୦୩ ନିଜ ନିର୍ଦ୍ଧାରିତ ସମୟରେ ଉଡ଼ାଣ ଭରିବ । ଅନ୍ୟ କିଛି ବିମାନ ଉପରେ ଏହାର ପ୍ରଭାବ ରହିବ ।

ଏୟାର ଲାଇନ୍ସ କମ୍ପାନୀଗୁଡ଼ିକ କହିଛନ୍ତି ଯେ, ଆମେରିକାରେ ୫ଜି ଟେକ୍ନୋଲୋଜି ଲାଗୁ ହେତୁ ବିମାନର ଇଞ୍ଜିନ୍ ଓ ବ୍ରେକିଂ ସିଷ୍ଟମକୁ ଲ୍ୟାଣ୍ଡିଂ ମୋଡ଼କୁ ଯିବାରେ ବାଧା ସୃଷ୍ଟି କରିପାରେ । ଏଭଳି ପରିସ୍ଥିତିରେ ବିମାନ ଲ୍ୟାଣ୍ଡିଂ କଲାବେଳେ ସମସ୍ୟା ହୋଇପାରେ । ସ୍ଥାନୀୟ ସରକାର ସମଗ୍ର ଦେଶରେ ୫ଜି ଲଗାଇଛନ୍ତି, କିନ୍ତୁ ଏହାକୁ ବିମାନବନ୍ଦର ପରିସରଠାରୁ ଦୂରେଇ ରଖିବା ଉଚିତ୍ ବୋଲି କମ୍ପାନୀଗୁଡ଼ିକ କହିଛନ୍ତି ।

Get real time updates directly on you device, subscribe now.