fbpx
BSKY
BJD YOUTH SKY
BJD MS SKY

ଖୁସିଖବର: ଓଡ଼ିଶାରେ ପହଞ୍ଚିଲା ଓମିସିୟର କିଟ୍

ଭୁବନେଶ୍ୱରା(ଓଡ଼ିଶା ଭାସ୍କର): କରୋନା ସହ ଓମିକ୍ରନ ମାମଲା ବଢ଼ୁଥିବା ବେଳେ ଆସିଛି ଏକ ଖୁସିଖବର । ଓଡ଼ିଶାରେ ପହଞ୍ଚିଛି ୫୦ ହଜାର ଓମିସିୟର କିଟ୍ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆରଏମଆରସିକୁ କିଟ୍ ଦିଆଯାଇଛି । ଏହି ଓମିସିୟୋର କିଟ୍ ଦ୍ୱାରା ଓମିକ୍ରନ ଭାରିଆଣ୍ଟ ଶୀଘ୍ର ଚିହ୍ନଟ ହୋଇପାରିବ । ବିନା ଜିନମ ସିକ୍ୱେନ୍ସିଂରେ ଓମିକ୍ରନ ଚିହ୍ନଟ ହୋଇପାରିବ । ଦେଶର ପ୍ରଥମ ସ୍ୱଦେଶୀ ପରୀକ୍ଷା କିଟ୍ ହେଉଛି ଓମିସିୟର । ଟାଟା ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ ଏହି କିଟ୍ ତିଆରି କରିଛି ।

ତେବେ ୫ ଲକ୍ଷ ଓମିସିୟର କିଟ୍ ଆଣିବାକୁ ଅର୍ଡର ଦିଆଯାଇଛି । ଟାଟା ମେଡିକାଲ ଏବଂ ଡାଇଗ୍ନୋଷ୍ଟିକକୁ ଅର୍ଡର ଦିଆଯାଇଛି । ‘ଓମିସିୟର’ ପରୀକ୍ଷା ଦ୍ୱାରା ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହେବ । ଓମିକ୍ରନ ଚିହ୍ନଟ ପାଇଁ ଆଉ ଜିନୋମ ସିକ୍ୱେନ୍ସିଂ ପରୀକ୍ଷା ଆବ୍ୟଶ୍ୟକ ହେବନି । ଜିନୋମ ସିକ୍ୱେନସିଂ କରୁଥିବା ଆଇଏଲଏସ ଉପରେ ବି ଚାପ କମିଯିବ । ଓମିସିୟର’ କିଟ୍ କିଣିବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ।

Get real time updates directly on you device, subscribe now.