fbpx

ରାଜ୍ୟରେ ଆଉ ୫ଟି କୋଭିଡ଼ ହସ୍ପିଟାଲ ପ୍ରସ୍ତୁତ

ଭୁବନେଶ୍ୱର, ୨୦ା୪(ଓଡ଼ିଶା ଭାସ୍କର): ରାଜ୍ୟର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଆଉ ୫ଟି ସରକାରୀ କୋଭିଡ଼-୧୯ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି । ଏହାକୁ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମୁଖ୍ୟମନ୍ତ୍ରୀ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମଚାରୀଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇଛନ୍ତି । ସେଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରହଲ୍ଲାଦ ଯୋଶୀ ଏବଂ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ମଧ୍ୟ ଉପସ୍ଥିତ ରହିଥିଲେ ।

ପାଞ୍ଚଟି ଡାକ୍ତରଖାନା ସୁନ୍ଦରଗଡ଼,ବରଗଡ଼, ଅନୁଗୁଳ, ଜଗତସିଂହପୁର ଏବଂ ନବରଙ୍ଗପୁର ଜିଲ୍ଲାରେ ରହିଛି । ୫ଟି ହସ୍ପିଟାଲରେ ସମୁଦାୟ ୮୨୫ଟି ଶଯ୍ୟା ରହିଛି । ଏହାସହ ରାଜ୍ୟରେ ୨୬ଟି ଜିଲ୍ଲାରେ ୫୦୦୦ବେଡ଼ କ୍ଷମତା ସମ୍ପନ୍ନ କୋଭିଡ଼ ହସ୍ପିଟାଲ ହୋଇଛି ।
ଅନୁଗୁଳରେ ଥିବା ୧୫୦ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ ଭୁବନେଶ୍ୱରର ସମ୍ ହସ୍ପିଟାଲ ଦ୍ୱାରା ପରିଚାଳିତ ହେବ ଏବଂ ଏମସିଏଲ ସହାୟତା କରିବ । ସେହିପରି ବରଗଡ଼ର ୨୦୦ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ , ସୁନ୍ଦରଗଡ଼ରେ ଥିବା ୨୦୦ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲକୁ ଜିଲ୍ଲା ପ୍ରଶାସନ ପରିଚାଳନା କରିବ ଏବଂ ଡ଼ିଏମଏଫ ଏବଂ ଏନଟିପିସି ସହାୟତା କରିବେ । ପାରାଦ୍ୱୀପରେ ଥିବା ୭୫ଶଯ୍ୟା ବିଶିଷ୍ଟ ହସ୍ପିଟାଲକୁ ଜିଲ୍ଲା ପ୍ରଶାସନ ପରିଚାଳନା କରିବ ଏବଂ ଓଡ଼ିଶା ସରକାର ଏବଂ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟର ସହଯୋଗ କରିବେ । ନବରଙ୍ଗପୁରରେ ଥିବା ୨୦୦ଶଯ୍ୟା ବିଷିଷ୍ଟ ହସ୍ପିଟାଲକୁ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ନାଲକୋ ସହଯୋଗରେ ଜିଲ୍ଳା ପ୍ରଶାସନ ଏବଂ ଖ୍ରୀଷ୍ଟିଆନ୍ ହସ୍ପିଟାଲ ଦ୍ୱାରା ପରିଚାଳିତ କରାଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.