fbpx

ବାଲେଶ୍ୱରର ବିଭିନ୍ନ ବେଳାଭୂମିର ସ୍ଥିତି ସମୀକ୍ଷା କଲେ ୫ଟି ସଚିବ

ବାଲେଶ୍ୱର, ୧୦ା୨(ଓଡ଼ିଶା ଭାସ୍କର): ବାଲେଶ୍ୱରର ପର୍ଯ୍ୟଟନ ସ୍ଥଳୀ ତାଳସୀର ଓ ଉଦୟପୁର ବେଳାଭୂମିର ସ୍ଥିତି ସମୀକ୍ଷା କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ।ତାଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ପୂର୍ତ୍ତ ସଚିବ କ୍ରିଷନ କୁମାର ମଧ୍ୟ ଉପସ୍ଥିତ ରହିଥିଲେ । ସେହି ବେଳାଭୂମିର ଉନ୍ନତି ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନେଇ ସେଠାରେ ସ୍ଥିତି ପରଖିଛନ୍ତି ୫ଟି ସଚିବ ।
କେନ୍ଦ୍ରାପଡ଼ାର ରାଜନଗର ଗସ୍ତରେ ମଧ୍ୟ ଆଜି ୫ଟି ସଚିବ ଯାଇଥିଲେ । ଭିତରକନିକାର ଭିତ୍ତିଭୂମି ବିକାଶର ସମୀକ୍ଷା କରିଛନ୍ତି ୫ଟି ସଚିବ । ଭିତରକନିକା ମହୋତ୍ସବ ପୂର୍ବରୁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିପାରନ୍ତି ବୋଲି ସୂଚନା ରହିଛି ।

 

Get real time updates directly on you device, subscribe now.