fbpx

ରାଜଧାନୀରେ ଯୁବତୀଙ୍କୁ ଗୁଳିମାଡ କରି ଯୁବକ ଫେରାର୍

ଭୁବନେଶ୍ୱର,୧୦ ।୨(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ହୋଇଛି ଗୁଳିମାଡ । ଦୁଇ ଜଣ ଦୁର୍ବୃତ୍ତ ଯୁବତୀଙ୍କୁ ଗୁଳିମାଡ କରି ଘଟଣାସ୍ଥଳରୁ ଫେରାର ହୋଇଛନ୍ତି । ଗୁଳିମାଡ ପରେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁରୁଷ ବନ୍ଧୁଙ୍କ ଉପସ୍ଥିତିରେ ଯୁବତୀଙ୍କୁ ଗୁଳିମାଡ ହୋଇଥିବା ଜଣାପଡିଛି । ଯୁବତୀଙ୍କ ଜଙ୍ଘରେ ବାଜିଛି ଗୁଳି । ଏହି ଗୁଳିମାଡ ପ୍ରେମ ବ୍ୟାପାରକୁ ନେଇ ହୋଇଛି ନା ଅନ୍ୟ କିଛି କାରଣ ପାଇଁ, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଗୁଳିମାଡରେ ଗୁରୁତର ଆହତ ହୋଇଥିବା ଯୁବତୀ ଜଣକ ଭୁବନେଶ୍ୱରେ ଫ୍ୟାସନ୍ ଡିଜାଇନ୍ ପଢୁଥିବା ସୂଚନା ମିଳିଛି ।

Get real time updates directly on you device, subscribe now.