fbpx

News across the Earth, news close to your heart, Read Odisha Bhaskar English

ଗ୍ୟାସ ରିଆକ୍ସନରୁ ୧୦ରୁ ଅଧିକ ଛାତ୍ରୀ ଅସୁସ୍ଥ

ମୟୂରଭଞ୍ଜ,୧୦ ।୨(ଓଡିଶା ଭାସ୍କର): ମହିଳା ମହାବିଦ୍ୟାଳୟରେ +୨ ବିଜ୍ଞାନ ପ୍ରାକ୍ଟିକାଲ ଚାଲିଥିବା ବେଳେ ଅଘଟଣ । ରାସାୟନିକ ପ୍ରତିକ୍ରିୟା ଯୋଗୁଁ ବହୁ ଛାତ୍ରୀ ଅସୁସ୍ଥ। ଏଭଳି ଘଟଣା ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାରେ ଥିବା ଶ୍ରୀମା ମହିଳା ମହାବିଦ୍ୟାଳୟରେ ଆଜି ଦେଖିବାକୁ ମିଳିଛି । ତେବେ +୨ ବିଜ୍ଞାନ ବିଭାଗ ଛାତ୍ରୀମାନଙ୍କ ପ୍ରାକ୍ଟିକାଲ ଚାଲିଥିବା ବେଳେ ରାସାୟନିକ ପଦାର୍ଥ ପ୍ରତିକ୍ରିୟା ଫଳରେ ୧୦ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇଥିବା ବେଳେ ୪ ଜଣ ଛାତ୍ରୀ ଗୁରୁତର ଅଛନ୍ତି ।

ସୂଚନାଯୋଗ୍ୟ ଯେ ଶ୍ରୀମା ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ଛାତ୍ରୀଙ୍କ ପଦାର୍ଥ ବିଜ୍ଞାନର ପ୍ରାକ୍ଟିକାଲ ଚାଲିଥିବା ସମୟରେ ହଠାତ କୋଣସି କାରଣରୁ ରାସାୟନିକ ଗ୍ୟାସ ନିର୍ଗତ ହୋଇଥିଲା। ଏହି ବିଷାକ୍ତ ଗ୍ୟାସର ପ୍ରତିକ୍ରିୟା ଫଳରେ ଅନେକ ଛାତ୍ରୀ ଗୁରୁତର ହୋଇଥିବା ସହିତ ଚେତାଶୂନ୍ୟ ହୋଇଯାଇ ଥିଲେ। ତେବେ ଅସୁସ୍ଥ ଛାତ୍ରୀମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହିତ ବାନ୍ତି ହେବାରୁ ତାଙ୍କୁ ପି ଆର ଏମ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ପରିସସ୍ଥିତି ନିଯନ୍ତ୍ରଣ ଥିବାର ସୂଚନା ମିଳୁଛି। ତେବେ ଚିକିତ୍ସିତ ହେଉଥିବା ଛାତ୍ରୀମାନେ ହେଲେ ଅଭିଲିପସା ବେହେରା , ଜ୍ୟୋଷ୍ଣା ଦାସ ,ପ୍ରିୟଙ୍କା ଖିଲାଡ଼ ଓ ମୋନାଲିଶା ମହାନ୍ତି।

Get real time updates directly on you device, subscribe now.