fbpx

ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ବିଜାପୁର,୧୦ ।୨: ଛତିଶଗଡ ବିଜାପୁର ଜିଲ୍ଲାର ଇରାପାଲ୍ଲୀରେ କୋବ୍ରା ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ଆଜି ଗୁଳି ବିନିମୟ ହୋଇଛି । ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିପାତ ହୋଇଛି । କିନ୍ତୁ ମାଓବାଦୀଙ୍କ ଗୁଳିରେ ୨ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି ।  ଅଞ୍ଚଳରେ ଏବେ ମଧ୍ୟ ଅଭିଯାନ ଜାରି ରହିଥିବା ଅଧିକାରୀ ସୂଚନା ଦେଇଛନ୍ତି । ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.