fbpx

ଖୋର୍ଦ୍ଧା ବରୁଣେଇରେ 5T ଅଧ୍ୟକ୍ଷ; ମା’ଙ୍କ ଦର୍ଶନ ସହ ମନ୍ଦିରର ରୂପାନ୍ତର ପାଇଁ କଲେ ସମୀକ୍ଷା

Advertisement

ଭୁବନେଶ୍ୱର: ଖୋର୍ଦ୍ଧା ବରୁଣେଇ ଗସ୍ତରେ ନବୀନ ଓଡ଼ିଶା ଅଧ୍ୟକ୍ଷ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ଭୋରୁ ଖୋର୍ଦ୍ଧା ବରୁଣେଇ ଗସ୍ତ କରିଛନ୍ତି । ବରୁଣେଇ ମନ୍ଦିର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ଏହା ସହିତ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ସୁବ୍ୟବସ୍ଥିତ ପାଇଁ ପଦକ୍ଷେପ ବାବଦରେ ପଚାରି ବୁଝିଛନ୍ତି । ସେହିପରି ମନ୍ଦିରର ରୂପାନ୍ତର କାମ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ମନ୍ଦିର ପରିଦର୍ଶନ କରି ସେ ମା’ଙ୍କ ଦର୍ଶନ କରିବା ସହିତ ମନ୍ଦିରର ବିଭିନ୍ନ ରୂପାନ୍ତର କାମ ସଂପର୍କରେ ପୂଜକ, ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଛନ୍ତି ।

ଆଜି ଭୋର ୫ଟା ରେ ସେ ଖୋର୍ଦ୍ଧା ବରୁଣେଇରେ ପହଞ୍ଚି ବିଭିନ୍ନ ସମୀକ୍ଷା କରିଥିଲେ । ସମଗ୍ର ଅଞ୍ଚଳ ବୁଲି ଦେଖିବା ସହ ପୂଜକଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଏହି ସମୀକ୍ଷା ଅବସରରେ ୫ଟି ଅଧ୍ୟକ୍ଷ ଖୋର୍ଦ୍ଧା ବରୁଣେଇ ମନ୍ଦିରର ରୂପାନ୍ତର କାମ ଆଗେଇ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଏହି ପରିଦର୍ଶନ ସମୟରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.