fbpx

ପୁରୀ ଷ୍ଟାଡିୟମ କାର୍ଯ୍ୟ ଅଗ୍ରଗତିର ଅନୁଧ୍ୟାନ କଲେ ୫ଟି ସଚିବ

ଭୁବନେଶ୍ୱର: ପୁରୀ ଷ୍ଟାଡିୟମ କାର୍ଯ୍ୟ ଅଗ୍ରଗତିର ଅନୁଧ୍ୟାନ କଲେ ୫ଟି ସଚିବ ଭି.କେ.ପାଣ୍ଡିଆନ  । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଅନୁଧ୍ୟାନ କଲେ ବ୍ୟକ୍ତିଗତ ସଚିବ । ବୁଧବାର ପୁରୀ ଗସ୍ତ କରି ଷ୍ଟାଡିୟମ କାର୍ଯ୍ୟ ଅନୁଧ୍ୟାନ ପରେ ଶୀଘ୍ର କାର୍ଯ୍ୟ ସାରିବାକୁ ଦେଲେ ନିର୍ଦ୍ଦେଶ । ବିଶ୍ୱ ଐତିହ୍ୟ ସହର ଭାବେ ପୁରୀକୁ ଗଢ଼ି ତୋଳିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ପୁରୀ ଜିଲ୍ଲାରେ କ୍ରୀଡ଼ାର ଉନ୍ନତି ପାଇଁ ଆଲୋଚନା । ପାରମ୍ପରିକ କ୍ରୀଡ଼ାର ଉନ୍ନତି ପାଇଁ ଗୁରୁତ୍ୱ ଦେଲେ ପାଣ୍ଡିଆନ । ଏହା ସହ ନୂତନ କ୍ରୀଡ଼ା କମ୍ପ୍ଲେକ୍ସରେ ଆବାସିକ କ୍ରିକେଟ୍ ଏକାଡେମୀ ଏବଂ ରେସଲିଂ ଏକାଡେମୀ ପ୍ରତିଷ୍ଠା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଏହା ହେଉଛି “ABADHA”ପ୍ରକଳ୍ପ ର ଏକ ଅଂଶ ଯାହାକି ପୁରୀକୁ ଏକ ବିଶ୍ୱ ସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବାର ଲକ୍ଷ୍ୟ ରଖିଛି । ମୋଟ ୪୦ କୋଟି ଟଙ୍କାର ଅନୁଦାନରେ ଏହି ନୂତନ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣ କରାଯାଉଛି।

ଏହି କମ୍ପ୍ଲେକ୍ସରେ ମୁଖ୍ୟତ କ୍ରିକେଟ ଅଭ୍ୟାସ ଏବଂ ପ୍ରାକ୍ଟିସ ନେଟ୍ ଅନ୍ୟାନ୍ୟ ସୁବିଧା ସହିତ କ୍ରିକେଟ୍ ଷ୍ଟାଡିୟମ୍ ରହିବ ଯାହାକି ରଣଜୀ ଟ୍ରଫି ସହିତ ପ୍ରଥମ ଶ୍ରେଣୀ କ୍ରିକେଟ୍ ମ୍ୟାଚ୍ ଆୟୋଜନ କରିବାରେ ସକ୍ଷମ ହେବ । ଏହି କମ୍ପ୍ଲେକ୍ସରେ ୫୦ ମିଟର ସୁଇମିଂ ପୁଲ୍, ମଲ୍ଟି ପର୍ପୋଜ୍ ଇନଡୋର ହଲ୍ ଯେଉଁଠାରେ ବକ୍ସିଂ, ରେସଲିଂ, ଟେବୁଲ୍ ଟେନିସ୍ ଏବଂ ଜିମ୍ନାସିୟମ୍ ପାଇଁ ସୁବିଧା ରହିବ, ଏବଂ ୧୦୦ ସିଟ୍ ବିଶିଷ୍ଟ ସ୍ପୋର୍ଟ୍ସ ହଷ୍ଟେଲ ମଧ୍ୟ ରହିବ  ।

ଏହି ସମୀକ୍ଷା ବୈଠକରେ କ୍ରୀଡ଼ା ଏବଂ ଯୁବ ସେବା ବିଭାଗର କମିଶନର-କମ-ସଚିବ ଆର.ଭିନିଲ କ୍ରିଷ୍ଣା, ପୁରୀ କଲେକ୍ଟର ସମର୍ଥ ବର୍ମା, କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ବିଭାଗ ଅଧିକାରୀ ଏବଂ କାର୍ୟ୍ୟନିର୍ବାହୀ ଇଞ୍ଜିନିୟରମାନେ ଉପସ୍ଥିତ ଥିଲେ।

Get real time updates directly on you device, subscribe now.