fbpx

Qualifier-୨: କେକେଆର ସମ୍ମୁଖରେ ୧୩୬ ରନର ଲକ୍ଷ୍ୟ

ନୂଆଦିଲ୍ଲୀ: ଆଇପିଏଲ-୧୪ର ଅନ୍ତିମ ଚରଣରେ ସେମିଫାଇନାଲ ବା କ୍ୱାଲିଫାୟର-୨ରେ ପରସ୍ପର ସମ୍ମୁଖୀନ ହୋଇଛନ୍ତି କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । କୋଲକାତା ଟସ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିବା ବେଳେ ଦିଲ୍ଳୀ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୧୩୫ ରନ୍ ସଂଗ୍ରହ କରିଥିଲା । କେକେଆର ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୨ଟି ୱିକେଟ ନେଇଥିବା ବେଳେ ଶିଖର ଧୱନ ସର୍ବାଧିକ ୩୬ ରନ କରିଥିଲେ ।

ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା କ୍ୟାପିଟାଲ୍ସ ପକ୍ଷରୁ ପୃଥ୍ୱୀ ଶ ଓ ଶିଖର ଧୱନ ପ୍ରଥମ ୱିକେଟରେ ୩୬ ରନ କରିଥିଲେ । ଶ’ ୧୨ ବଲରୁ ୧୮ ରନ କରି ବରୁଣ ଚକ୍ରବର୍ତ୍ତୀଙ୍କ ଶିକାର ହୋଇଥିବା ବେଳେ ଦ୍ୱିତୀୟ ୱିକେଟରେ ୩୯ ରନ ଯୋଡିଥିଲେ ଧୱନ ଓ ଷ୍ଟୋଇନିସ । ଧୱନ ୩୯ ବଲ ଖେଳି ୩୬ ରନ କରିଥିବା ବେଳେ ଷ୍ଟୋଇନିସ ୨୩ ବଲରୁ ୧୭ ରନ କରିଥିଲେ । ଧୱନଙ୍କ ଇନିଂସରେ ୧ ଚୌକା ଓ ଦୁଇଟି ଛକା ସାମିଲ ଥିଲା । ଶେଷ ଆଡକୁ ହିଟମେୟର(୧୭) ଏବଂ ଶ୍ରେୟସ ଆୟରଙ୍କ ଅପରାଜିତ ୩୦ ରନ ବଳରେ ଦଳ ୧୩୫ ରନ ସଂଗ୍ରହ କରିଥିଲେ । ଆୟର ୨୭ ବଲ ଖେଳି ଗୋଟିଏ ଲେଖାଏଁ ଛକା ଓ ଚୌକା ମାରିଥିଲେ । ବରୁଣ ଚକ୍ରବର୍ତ୍ତୀ ମାତ୍ର ୨୬ ରନରେ ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ଲୋକି ଫର୍ଗୁସନ ଏବଂ ଶିବମ ମାଭି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.