fbpx

ଓଡ଼ିଶା କ୍ରିକେଟ ଦଳରେ ହଂକଂ ଟିମର ଅଧିନାୟକ; ସୈଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ରାଜେଶ ଧୂପର ଅଧିନାୟକ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଅପକମିଙ୍ଗ ସୈଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ଘୋଷିତ ହୋଇଛି ଓଡ଼ିଶା ଦଳ । ୨୧ ଜଣିଆ ଓଡ଼ିଶା ଦଳରେ ରାଜେଶ ଧୂପରଙ୍କୁ ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିବା ବେଳେ ହଂକଂ କ୍ରିକେଟ ଦଳର ଅଧିନାୟକ ଅଂଶୁମାନ ରଥଙ୍କୁ ଦଳରେ ସାମିଲ କରାଯାଇଛି । ଅଂଶୁମାନଙ୍କୁ ଦ୍ୱିତୀୟ ୱିକେଟ କିପର ଭାବରେ ଦଳରେ ସାମିଲ କରାଯାଇଛି । ତେବେ ଅଂଶୁମାନ ହଂକଂ ପକ୍ଷରୁ ୱିକେଟ କିପିଂ କରି ନାହାନ୍ତି । ହଂକଂ ପକ୍ଷରୁ ଖେଳୁଥିବା ସମୟରେ ଅଂଶୁମାନ ଜଣେ ବ୍ୟାଟ୍ସମ୍ୟାନ ଏବଂ ପାର୍ଟଟାଇମ ବୋଲର ଦାୟିତ୍ୱ ନିଭାଉଥିଲେ ।

ଅଂଶୁମାନ ଏସିଆ କପରେ ଭାରତ ବିପକ୍ଷରେ ୭୩ ରନର ଇନିଂସ ଖେଳି ଚର୍ଚ୍ଚାକୁ ଆସିଥିଲେ । ୨୦୧୪ରେ ହଂକଂ ପକ୍ଷରୁ ପଦାର୍ପଣ କରିଥିବା ଅଂଶୁମାନ ୧୮ଟି ଦିନିକିଆ ମ୍ୟାଚ ଖେଳି ୭୩୬ ରନ୍ ସଂଗ୍ରହ କରିଥିବା ବେଳେ ୧୪ଟି ୱିକେଟ ନେଇଛନ୍ତି । ଗୋଟିଏ ଶତକ ଏବଂ ୬ ଅର୍ଦ୍ଧଶତକ ହାସଲ କରିଥିବା ଅଂଶୁମାନଙ୍କ ଆଭରେଜ ୫୨.୫୭ ରହିଛି । ଏହା ସହିତ ୨୦ଟି ଟି-୨୦ ମୁକାବିଲାରୁ ସେ ୧୯ ରନ ହାରରେ ୩୨୧ ରନ କରିଛନ୍ତି । ୨୦୧୯ରେ ସେ ଅବସର ଗ୍ରହଣ କରିବା ସହିତ ହଂକଂରୁ ଫେରିଥିଲେ ।

ଓଡ଼ିଶା ଦଳରେ ୫ ଜଣ ଲେଖାଏଁ ସ୍ପିନର ଓ ପେସ ବୋଲରଙ୍କୁ ସାମିଲ କରାଯାଇଥିବା ବେଳେ ଦୁଇ ଜଣ ୱିକେଟ କିପର ରହିଛନ୍ତି । ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାର ଓ ଶୁଭ୍ରାଶୁଂ ସେନାପତିଙ୍କୁ ଖେଳାଳି ଭାବରେ ଦଳରେ ସାମିଲ କରାଯାଇଛି । ଓଡ଼ିଶା ଦଳ ଅକ୍ଟୋବର ୨୭ ତାରିଖରେ ଲକ୍ଷେ୍ନø ଯାତ୍ରା କରିବା ସହିତ ୪ ତାରିଖରେ ଗୋଆ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ ।

Get real time updates directly on you device, subscribe now.