fbpx

BSFର କ୍ଷମତା ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା

ନୂଆଦିଲ୍ଲୀ: ପଞ୍ଜାବ, କଲିକତା ଏବଂ ଆସାମ ରାଜ୍ୟର ଅନ୍ତର୍ଜାତୀୟ ସୀମାରେ ବିଏସଏଫର କ୍ଷମତାକୁ ୫୦ କିମି ବୃଦ୍ଧି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି । ସୀମାରେ ବିଏସଏଫ ଅଫିସରଙ୍କ ପାଖରେ ଥିବା କ୍ଷମତା ଅନୁଯାୟୀ ବିଏସଫ ଯବାନ ସର୍ଚ୍ଚ କରିବା ସହ ସିଜ୍ କରିପାରିବେ । ପଞ୍ଜାବ ମୁଖ୍ୟମନ୍ତ୍ରୀ କେନ୍ଦ୍ରର ଏହି ନିଷ୍ପତ୍ତିକୁ ସଂଙ୍ଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ ବୋଲି କହିଛନ୍ତି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ନିବେଦନ କରିଛନ୍ତି ।

ଗୃହ ମନ୍ତ୍ରଣାଳୟ ତରଫରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ଅକ୍ଟୋବର ୧୧ ୨୦୨୧ରେ ସଂଶୋଧନ ପରେ ଏନେଇ ନିର୍ଦ୍ଦେଶ ଜାରି ହୋଇଛି ଏହି ନିର୍ଦ୍ଦେଶରେ ବିଏସଏଫର କ୍ଷମତାକୁ ବଢ଼ାଯାଇଥିବା ନେଇ କୁହଯାଇଥିଲା । ଏହାଦ୍ୱାରା ସୀମାରେ ହେଉଥିବା ଅପରାଧକୁ ରୋକିବାରେ ସହାୟକ ହେବା ନେଇ କୁହାଯାଇଛି । ବିଏସଏଫର କ୍ଷମତାରେ ଆସୁଥିବା ଗୁଜରାଟର ସୀମାକୁ ୮୦ କିମିରୁ ୫୦ କିମି କମ୍ କରାଯାଇଛି । ରାଜସ୍ଥାନରେ ଅପରିବର୍ତ୍ତିତ ରହିଛି । ମେଘାଳୟ, ନାଗାଲାଣ୍ଡ, ମିଜୋରାମ, ତ୍ରିପୁରା, ମଣିପୁର, ଜମ୍ମୁ କଶ୍ମୀର ଏବଂ ଲଦାଖ ପାଇଁ କୌଣସି ସୀମା ନିର୍ଦ୍ଦାରଣ କରାଯାଇନାହିଁ ।

ସେପଟେ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ଏସ ସୁଖଜିନନ୍ଦର ସିଂହ ରନ୍ଧାୱା ମଧ୍ୟ ଏକ ବିବୃତ୍ତି ଜାରି କରି କେନ୍ଦ୍ରର ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ଏବଂ ଅମିତ ଶାହାଙ୍କୁ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ନିବେଦନ କରିଛନ୍ତି । ସେ କହିଛନ୍ତି ସଂପୂର୍ଣ୍ଣ ଅଯୁକ୍ତିଯୁକ୍ତ । କେନ୍ଦ୍ରର ଏହି ନିଷ୍ପତ୍ତିକୁ ବିରୋଧୀ ଦଳମାନେ ମଧ୍ୟ ସମାଲୋଚନା କରିଛନ୍ତି । ଶିରୋମଣୀ ଅକଳୀ ଦଳ ଏବଂ ଆମ ଆଦମୀ ପାର୍ଟି ମଧ୍ୟ ସମାଲୋଚନା କରିଛନ୍ତି ।

Get real time updates directly on you device, subscribe now.