fbpx

ପରାଜୟକୁ ହଜମ କରିପାରୁ ନାହାନ୍ତି ଫଡନବିସ୍; ପୱାର ଛାଡିଲେ ତେରଛା ବାଣ

Advertisement

ନୂଆଦିଲ୍ଲୀ: ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ଆକ୍ରମଣ କରିଛନ୍ତି ଏନସିପି ମୁଖ୍ୟ ଶରଦ ପୱାର । ମୁଁ ଏବେବି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ମନ୍ତବ୍ୟ ଉପରେ ନିଜର ପ୍ରତିକ୍ରିୟା ରଖି ପୱାର ଏଭଳି କହିଛନ୍ତି । ଫଡନବିସ୍ ଏଯାଏଁ ନିଜର ପରାଜୟକୁ ଗ୍ରହଣ କରିପାରି ନାହାନ୍ତି ବୋଲି କହିଛନ୍ତି ପୱାର । ବର୍ତ୍ତମାନ ମଧ୍ୟ ମୁଁ ନିଜକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ବୋଲି ମନେ କରୁଛି ବୋଲି ଫଡନବିସ ମଙ୍ଗଳବାର କହିଥିଲେ ।
ଏନସିପି ସୁପ୍ରିମୋ ତଥା ୪ ଥର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରହିଥିବା ପୱାର କିନ୍ତୁ ଏହାକୁ ସମାଲୋଚନା କରିଥିଲେ । ମୁଁ ୪ ଥର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରହଥିଲେ ମଧ୍ୟ ଏହାକୁ ଭୁଲି ସାରିଛି । ମାତ୍ର ଫଡନବିସ୍ ନିଜ ବିଫଳତାକୁ ହଜମ କରିପାରୁ ନଥିବାରୁ ଏଭଳି ବେପରୁଆ ମନ୍ତବ୍ୟ ଦେଉଛନ୍ତି ବୋଲି କହିଛନ୍ତି ପୱାର । ଉଲ୍ଲେଖଯୋଗ୍ୟ ଯେ, ଏକମାତ୍ର ମୁଖ୍ୟମନ୍ତ୍ରୀ ଭାବରେ ୫ ବର୍ଷ ପୂରଣ କରିବାରେ ସକ୍ଷମ ହୋଇଥିଲେ ଦେବେନ୍ଦ୍ର ଫଡନବିସ୍ ।

Get real time updates directly on you device, subscribe now.