fbpx

ଚାକିରି ବାଣ୍ଟୁଛି Infosys: ୪୫ ହଜାର ଫ୍ରେଶରଙ୍କୁ ମିଳିବ ନିଯୁକ୍ତି

ନୂଆଦିଲ୍ଲୀ: ୪୫ ହଜାର ଫ୍ରେଶରଙ୍କୁ ଚାକିରି ଦେବ ଇନଫୋସିସ । ଦେଶର ଦ୍ୱିତୀୟ ବଡ଼ ଆଇଟି କମ୍ପାନୀ ଇନଫୋସିସ ବୁଧବାର ଏନେଇ ଘୋଷଣା କରିଛି । ଏନେଇ ଇନଫୋସିସର ସିଇଓ ପ୍ରବୀଣ ରାଓ କହିଛନ୍ତି ଯେ ମାର୍କେଟରେ ବର୍ତ୍ତମାନ ଥିବା ସମ୍ଭାବନାର ଲାଭ ଉଠାଇବା ପାଇଁ କଲେଜ ଗ୍ରାଜୁଏଟ ପ୍ରୋଗାମକୁ ବଢ଼ାଯାଇ ୪୫ ହଜାର ନୂତନ ନିଯୁକ୍ତି ଦିଆଯିବ । ଏହା ସହ କର୍ମଚାରୀଙ୍କ ସ୍ୱାସ୍ଥ୍ୟ, କ୍ୟାରିୟର ଗ୍ରୋଥ୍ ସହ ଅନ୍ୟ ଦିଗ ଉପରେ ମଧ୍ୟ ଧ୍ୟାନ ଦିଆଯିବ ।

ସେପଟେ ବୁଧବାର କମ୍ପାନୀ ଏହାର ଚଳିତ ଆର୍ଥିକ ବର୍ଷ(୨୦୨୧-୨୨)ର ଦ୍ୱିତୀୟ ତ୍ରୈମାସିକ ଆର୍ଥିକ ଫଳାଫଳକୁ ଘୋଷଣା କରିଛି । ଚଳିତ ଆର୍ଥିକ ବର୍ଷରେ କମ୍ପାନୀର ଦ୍ୱିତୀୟ ତ୍ରୈମାସରେ ମୋଟ ଲାଭ ୧୧.୯% ବଢ଼ି ୫,୪୨୧ କୋଟି ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ ଗତବର୍ଷ ସମାନ ତ୍ରୈମାସିକରେ କମ୍ପାନୀର ଲାଭ ୪,୮୪୫ ରହିଥିଲା ।

ସେୟାର ମାକେର୍ଟକୁ ଦେଇଥିବା ସୂଚନା ଅନୂଯାୟୀ କମ୍ପାନୀର ତ୍ରୈମାସିକରେ ଏହାର ଆୟ ୨୦.୫% ବଢ଼ି ୨୯,୬୦୨ କୋଟି ଟଙ୍କାରେ ପହଞ୍ଚିଛି । ଯାହା ଗତ ବର୍ଷ ସମାନ ତ୍ରୈମାସିକରେ ୨୪,୫୭୦ କୋଟି ଟଙ୍କା ରହିଥିଲା ।

Get real time updates directly on you device, subscribe now.