fbpx

ଶିକ୍ଷୟିତ୍ରୀ ମାନେ କଳିହୁଡି; ଆଉ ଜଣେ ମନ୍ତ୍ରୀଙ୍କ ମହିଳା ବିରୋଧୀ ମନ୍ତବ୍ୟ

ନୂଆଦିଲ୍ଲୀ: ମହିଳା ଶିକ୍ଷୟିତ୍ରୀ ମାନେ ଅଧିକ କଳି କଜିଆ ପ୍ରବଣ ବୋଲି କହିଛନ୍ତି ରାଜସ୍ଥାନ ଶିକ୍ଷାମନ୍ତ୍ରୀ । କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରେ ଏବେ ରାଜସ୍ଥାନର ଶିକ୍ଷାମନ୍ତ୍ରୀ ମହିଳାମାନଙ୍କ ଉପରେ ବିବାଦୀୟ ବୟାନ ଦେଇଛନ୍ତି । ଭାରତରେ ମହିଳାମାନେ ପିଲା ଜନ୍ମ କରିବାକୁ ଏବଂ ବାପାମାଆଙ୍କୁ ପାଖରେ ରଖିବାକୁ ଆଗ୍ରହୀ ନଥିବା କହିବାର ଦୁଇ ଦିନ ପରେ ରାଜସ୍ଥାନର ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂହ ଦୋତସ୍ରା ଆଉ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଗତକାଲି ଜୟପୁରଠାରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳନ ଅବସରରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ରାଜସ୍ଥାନ ଶିକ୍ଷାମନ୍ତ୍ରୀ କହିଛନ୍ତି ଯେଉଁ ବିଦ୍ୟାଳୟରେ ମହିଳା କର୍ମଚାରୀ ବା ଶିକ୍ଷୟିତ୍ରୀମାନେ ଅଧିକ ରହିଛନ୍ତି ସେଠାରେ ବେଶି ଝଗଡ଼ା ହେଉଛି । ବିଭିନ୍ନ କାରଣ ପାଇଁ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଝଗଡ଼ା ହେଉଛି ।
ଯଦି ମହିଳା କର୍ମଚାରୀମାନେ ଏହି ଛୋଟ ଛୋଟ ଭୁଲକୁ ସୁଧାରି ପାରିବେ ତା’ହେଲେ ସେମାନେ ପୁରୁଷମାନଙ୍କ ତୁଳନାରେ ସବୁବେଳେ ଆଗରେ ରହିବେ ବୋଲି ଦୋତସ୍ରା କହିଛନ୍ତି । ରାଜସ୍ଥାନ ସରକାର ସବୁବେଳେ ମହିଳାମାନଙ୍କ ସୁରକ୍ଷା ଏବଂ ସୁବିଧାକୁ ଧ୍ୟାନ ଦେଇ ଆସିଛନ୍ତି । ସେମାନଙ୍କୁ ଭଲ ସ୍ଥାନରେ ନିଯୁକ୍ତି ଦେଇଛନ୍ତି । ଅଧିକାଂଶ ଶିକ୍ଷୟିତ୍ରୀ ସହରରେ କିମ୍ବା ସହର ନିକଟବର୍ତ୍ତୀ ଅଞ୍ଚଳରେ ନିଯୁକ୍ତ ଅଛନ୍ତି । ଚାକିରିଠାରୁ ଆରମ୍ଭ କରି ପଦୋନ୍ନତି କ୍ଷେତ୍ରରେ ମଧ୍ୟ ସେମାନଙ୍କୁ ଅଗ୍ରାଧିକାର ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.