fbpx

ରାଉରକେଲାରେ 5T ସଚିବ: ବିଶ୍ୱର ସର୍ବବୃହତ୍ ହକି ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କଲେ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟ ୫ଟି ସଚିବ ଭି.କେ. ପାଣ୍ଡିଆନ ରାଉରକେଲା ଗସ୍ତରେ ଯାଇଛନ୍ତି । ଏହି ଅବସରରେ ସେ ରାଉରକେଲାର ବିପିୟୁଟି ପରିସରରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏନେଇ ସେ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ୫ଟି ସଚିବଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା, କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ଓ ଇଡକୋ ସଚିବ ଭୂପେନ୍ଦ୍ର ସିଂହ ପୁନିଆ ପ୍ରମୁଖ ଉପସ୍ଥିତ ଥିଲେ ।

ଆସନ୍ତା ୨୦୨୩ରେ ପୁରୁଷ ହକି ବିଶ୍ୱକପ୍ ରାଉରକେଲାରେ ଅନୁଷ୍ଠିତ ହେବ । ବିଶ୍ୱର ସର୍ବବୃହତ ଏହି ହକି ଷ୍ଟାଡିୟମ ୧୬ ଏକର ଜମିରେ ନିର୍ମାଣ ହେବା ସହ ଏଥିପାଇଁ ୧୧୪ କୋଟି ଟଙ୍କା ବ୍ୟୟ କରାଯାଉଛି । ଏହି ଷ୍ଟାଡିୟମରେ ଏକକାଳୀନ ୨୦ ହଜାର ଦର୍ଶକ ବସି ଖେଳ ଉପଭୋଗ କରିପାରିବେ । ଏହି ଷ୍ଟାଡିୟମ ସୁନ୍ଦରଗଡ଼ ଜିଲ୍ଲା ଓ ଓଡ଼ିଶା ପାଇଁ ଅନ୍ତର୍ଜାତୀୟ ସ୍ତରରେ ନୂଆ ପରିଚୟ ଆଣିବ ।

Get real time updates directly on you device, subscribe now.