fbpx

ଓଡ଼ିଶାରେ ପଞ୍ଚମ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର, ୧ ।୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ରୋଗୀଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟବିଭାଗ ଏନେଇ ଟ୍ୱିଟ କରି ସୂଚନା ଦେଇଛି । ପଞ୍ଚମ କରୋନା ରୋଗୀଙ୍କ ବୟସ ୬୦ ହୋଇଥିବା ଜଣାପଡ଼ିଛି । ସେ ଭୁବନେଶ୍ୱର ସୂର୍ଯ୍ୟନଗରର ନିବାସୀ ହୋଇଥିବା ଜଣାପଡିଛି । ସେ ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ।

ତେବେ କିଛି ଦିନ ଧରି ଅସୁସ୍ଥ ଥିବାରୁ ସେ ଏମ୍ସରେ ଭର୍ତ୍ତି ହୋଇଥିଲେ । ଆଜି ତାଙ୍କର ନମୁନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ଆସିଛି । ଆକ୍ରାନ୍ତ ବ୍ୟକ୍ତି ଅନ୍ୟ କିଛି ରୋଗରେ ମଧ୍ୟ ପୀଡ଼ିତ ଅଛନ୍ତି ।

Get real time updates directly on you device, subscribe now.