fbpx

ସୁସ୍ଥ ହୋଇ ଘରକୁ ଫେରିଲେ ଓଡ଼ିଶାର ଦ୍ୱିତୀୟ କରୋନା ରୋଗୀ

ଭୁବନେଶ୍ୱର, ୧ା୪(ଓଡ଼ିଶା ଭାସ୍କର): ଓଡ଼ିଶାରେ ଦ୍ୱିତୀୟ କରୋନା ରୋଗୀ ବର୍ତ୍ତମାନ ସୁସ୍ଥ ହୋଇଛନ୍ତି । ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଏମସ୍ ହସ୍ପିଟାଲରୁ ଡିସଚାର୍ଯ ହୋଇ ଘରକୁ ଫେରିଛନ୍ତି । ତାଙ୍କୁ ଡିସଚାର୍ଯ କରାଯାଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଉ ଥରେ ଆଜି ତାଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ତାଙ୍କ ରିପୋର୍ଟ ନେଗଟିଭ ଆସିଥିଲା ।
ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ବୟସ ୧୯ବର୍ଷ ହୋଇଥିବା ବେଳେ ସେ ଭୁବନେଶ୍ୱରରେ ରହୁଛନ୍ତି । ସେ ଇଂଲଣ୍ଡରୁ ଫେରିବା ପରେ ମାର୍ଚ୍ଚ ୧୯ତାରିଖ ଦିନ କରୋନା ପଜିଟିଭ୍ ଥିବା ପରୀକ୍ଷଣରୁ ଜଣା ପଡ଼ିଥିଲା । ରାଜ୍ୟରେ ଚିହ୍ନଟ ହୋଇଥିବା ୪ଜଣ ମଧ୍ୟରୁ ସେ ସୁସ୍ଥ ହେବା ପରେ ବର୍ତ୍ତମାନ ଆଉ ତିନିଜଣ ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

Get real time updates directly on you device, subscribe now.