fbpx

କରୋନା ଭାଇରସ୍: କେତେଦିନ ପରେ ନିଶ୍ୱାସରେ କଷ୍ଟ ହୁଏ, ଜାଣନ୍ତୁ ସମସ୍ତ ଲକ୍ଷଣ

କରୋନା ଭାଇରସ୍ ଅଧିକ ସାଙ୍ଘାତିକ, କାରଣ ଏହାର ଲକ୍ଷଣକୁ କେହି ସହଜରେ ବୁଝିପାରନ୍ତି ନାହିଁ । କୋଭିଡ୍-୧୯ର ଲକ୍ଷଣ ସାଧାରଣ ଥଣ୍ଡା ସହ ସମାନ । ଯଦି ଆପଣ ରୋଗୀର ଖରାପ ଅବସ୍ଥାକୁ ଅତି ନିକଟରୁ ଦେଖିବା ଆରମ୍ଭ କରନ୍ତି, ତେବେ ଏହାକୁ ଚିହ୍ନଟ କରିପାରିବେ । ତେବେ ଆସନ୍ତୁ ଜାଣିବା କରୋନା ଭାଇରସର ପ୍ରାଥମିକ ଲକ୍ଷଣ ଓ ଏହା କିପରି ବଢିଥାଏ…

ପ୍ରଥମ ଦିନ – ରୋଗୀକୁ ଜୋରରେ ଜ୍ୱର ହେବା ଆରମ୍ଭ ହେବା ସହ ଶରୀରର ତାପମାତ୍ରା ବଢିଥାଏ । ଏହା ବ୍ୟତିତ ରୋଗୀ ଶୁଖିଲା କାଶ, ଓ ଥଣ୍ଡାର ସମସ୍ୟାର ସାମ୍ନା କରିଥାଏ । ପରବର୍ତ୍ତୀ କିଛି ଦିନ ମଧ୍ୟରେ ରୋଗୀର ମାଂସପେଶୀରେ ଯନ୍ତ୍ରଣା ଆରମ୍ଭ ହୁଏ ଓ ଗଣ୍ଠି ଯନ୍ତ୍ରଣା ଯଥେଷ୍ଟ ବୃଦ୍ଧି ପାଏ । ବହୁ କ୍ଷେତ୍ରରେ ଗଳା ଫୁଲିବା ଦେଖାଯାଏ ।

ପଞ୍ଚମ ଦିନ – ପଞ୍ଚମ ଦିନରେ ରୋଗୀକୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୁଏ । ବିଶେଷକରି ବୟସ୍କ ଲୋକଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଯାଏ । ଏହା ବ୍ୟତିତ ଯେଉଁମାନେ ପୂର୍ବରୁ କିଛି ରୋଗ ସହ ସଂଘର୍ଷ କରୁଛନ୍ତି, ସେମାନଙ୍କର ମଧ୍ୟ ଏହି ସମସ୍ୟା ରହିବ ।

ସପ୍ତମ ଦିନ – ସପ୍ତମ ଦିନ ସୁଦ୍ଧା ରୋଗୀକୁ ଡାକ୍ତରଖାନା ଯିବା ଉଚିତ୍ ବୋଲି ଲାଗିବ । ଉହାନ୍ ମେଡିକାଲର ଏକ ରିପୋର୍ଟ ମୁତାବକ ଅଧିକାଂଶ ରୋଗୀ ଏତେ ଦିନ ବିତିଯିବା ପରେ ଡାକ୍ତରମାନଙ୍କୁ ସୂଚନା ଦେଇଥାନ୍ତି ।

ଅଷ୍ଟମ ଦିନ – ପ୍ରାୟ ଏକ ସପ୍ତାହ ଅତିକ୍ରମ ହେଲା ପରେ ଶରୀରର ଫୁସଫୁସରେ ବଲଗମ ଦ୍ରୁତ ଗତିରେ ବଢିବାରେ ଲାଗେ । ଫୁସଫୁସରେ ଅମ୍ଲଜାନ ବଦଳରେ ବଲଗମ ବଢିବା ଫଳରେ ରୋଗୀ ଶ୍ୱାସକ୍ରିୟାରେ ଅଧିକ ଯନ୍ତ୍ରଣା ଭୋଗିବାକୁ ଲାଗେ । ଏହା ସହ ରୋଗୀର ଛାତିରେ ମଧ୍ୟ ଯନ୍ତ୍ରଣା ବୃଦ୍ଧି ପାଇଥାଏ ।

କରୋନା ଭାଇରସର ଲକ୍ଷଣ ଜାଣିବାକୁ ୨ରୁ ୧୦ ଦିନ ସମୟ ଲାଗିପାରେ । ଭାଇରସ୍ ବିଳମ୍ବରେ ଦେଖାଯିବାରୁ ଲୋକମାନେ ବାହାରୁ ଅସୁସ୍ଥ ହୁଅନ୍ତି ନାହିଁ, ଯେଉଁ କାରଣରୁ ଏହି ସଂକ୍ରମଣ ଲୋକମାନଙ୍କଠାରେ ଅତି ସହଜରେ ବ୍ୟାପିଥାଏ । ତେଣୁ ଏହି କରୋନାକୁ ଏଡାଇବା ପାଇଁ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଅନ୍ତୁ । କାଶ ସମୟରେ ଟିସୁ ବ୍ୟବହାର କରିବା ସହ ହାତକୁ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଧୁଅନ୍ତୁ ।

Get real time updates directly on you device, subscribe now.