fbpx

ନିୟମ ନମାନି ନିର୍ବାହୀ ଅଧିକାରୀ ନିଲମ୍ବିତ

ଗଞ୍ଜାମ,୧ ।୪(ଓଡିଶା ଭାସ୍କର): ଗଞ୍ଜାମ ଜିଲ୍ଲା ଅଙ୍କୁଶପୁର ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ ପଟ୍ଟନାୟକଙ୍କୁ ନିଲମ୍ବିତ କରାଯାଇଛି । ଲକ୍-ଡାଉନ୍ ବେଳେ ସାମାଜିକ ଦୂରତା ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଭିତ୍ତିରେ ପ୍ରଦୀପଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ । ଗୋଟିଏ ସ୍ଥାନରେ ଗହଳି ମଧ୍ୟରେ ଭତ୍ତା ବଣ୍ଟନ ବେଳେ ସାମାଜିକ ଦୂରତା ମାନିନଥିବା ଅଭିଯୋଗ ହୋଇଛି । ତେବେ ହିତାଧିକାରୀଙ୍କୁ ଘରେ ଭତ୍ତା ଦେବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ।

Get real time updates directly on you device, subscribe now.