fbpx

ବିଶ୍ୱରେ ପାଖାପାଖି ୫୦ହଜାର ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ, ୨ା୪: ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । କରୋନା ଭୂତାଣୁ ଯୋଗୁଁ ବିଶ୍ୱରେ ପାଖାପାଖି ୫୦ହଜାର ମୁଣ୍ଡ ଗଲାଣି । ସରକାରୀ ହିସାବରେ ୪୭ହଜାର ୧୯୨ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏହାସହ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୩୫ହଜାର ୨୮୬କୁ ବୃଦ୍ଧି ପାଇଛି । ୧ଲକ୍ଷ ୯୩ହଜାର ୯୯୮ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ରହିଛି ।
ଇଟାଲୀରେ ସର୍ବାଧିକ ୧୩ହଜାର ୧୫୫ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ସେହିପରି ସ୍ପେନରେ ୯,୩୮୭ଜଣ, ୟୁଏସଏରେ ୫ହଜାର ୧୦୨ଜଣ, ଫ୍ରାନ୍ସରେ ୪ହଜାର୦୩୨ଜଣ, ଚୀନରେ ୩ହଜାର ୩୧୨, ଇରାନରେ ୩୦୩୬ , ନେଦରଲ୍ୟାଣ୍ଡରେ୧୧୭୩ଜଣ ଓ ଭାରତରେ ୫୯ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.