Breaking: ସୁଭଦ୍ରା ଯୋଜନା ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାର୍ଚ୍ଚ ୬ରେ ଏମାନଙ୍କୁ ମିଳିବ 5ହଜାର ଟଙ୍କା
ମାର୍ଚ୍ଚ ୬ରେ ସୁଭଦ୍ରା ପ୍ରଥମ କିସ୍ତିର ୫ମ ପର୍ଯ୍ୟାୟ ଟଙ୍କା ।
ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ବଡ଼ ଘୋଷଣା । ମାର୍ଚ୍ଚ ୬ରେ ସୁଭଦ୍ରା ପ୍ରଥମ କିସ୍ତିର ୫ମ ପର୍ଯ୍ୟାୟ ଟଙ୍କା । ଏନେଇ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ମିଳିବାର ଦୁଇଦିନ ପରେ ହିଁ ମାର୍ଚ୍ଚ 8 ତାରିଖରେ ୨ୟ କିସ୍ତିରେ ଟଙ୍କା ପାଇବେ ପ୍ରାୟ ୧ କୋଟି ମହିଳା । 5ହଜାର ଟଙ୍କା ମହିଳାଙ୍କ ଆକାଉଣ୍ଟରେ କ୍ରେଡିଟ ହେବ ।
ଏକ୍ସରେ ଦିଆଯାଇଥିବା ସୂଚନା ଅନୁସାରେ, ମହିଳାଙ୍କ ସୁବିଧା ପାଇଁ ୫ମ ପର୍ଯ୍ୟାୟ ସୁଭଦ୍ରା ଯୋଜନା ସହାୟତା ମିଳିବାକୁ ଯାଉଛି । ଚଳିତ ମାର୍ଚ୍ଚ ୬ ତାରିଖରେ ୧ମ କିସ୍ତି ଏବଂ ମାର୍ଚ୍ଚ ୮ ତାରିଖ (ଅନ୍ତର୍ଜାତୀୟ ମହିଳା ଦିବସ) ରେ ୨ୟ କିସ୍ତି ପ୍ରଦାନ କରାଯିବ ।
ଏହାଦ୍ୱାରା ୧କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ । ହିତାଧିକାରୀଙ୍କ ଆକାଉଣ୍ଟକୁ 5 ହଜାର ଟଙ୍କା ଯିବ ।