fbpx

ରୂପାନ୍ତରଣର ସୂତ୍ର ୫-ଟି ସାରା ଦେଶରେ ରୋଲ ମଡେଲ

ଭୁବନେଶ୍ୱର: ସଫଳତା, ବିକାଶ ଓ ରୂପାନ୍ତରଣର ସୂତ୍ର ୫-ଟି ଏବେ ସାରା ଦେଶପାଇଁ ରୋଲମଡେଲ ପାଲଟିଛି । ସାରା ଦେଶ ଏହି ୫-ଟିକୁ ରଣନୀତି ଭାବେ ଆପଣାଇ ସଫଳତାର ସହ କାର୍ଯ୍ୟ କରିବା ଆରମ୍ଭ କରିଛି । ଏପରିକି କେନ୍ଦ୍ର ସରକାର ଯକ୍ଷ୍ମା (ଟିବି)ର ମୂଳୋତ୍ପାଟନ ପାଇଁ ୫-ଟି ଫର୍ମୁଲାକୁ ମଧ୍ୟ ଆପଣାଇଛନ୍ତି । ଟ୍ରେସ୍, ଟେଷ୍ଟ, ଟ୍ରାକ୍, ଟ୍ରିଟ୍ ଓ ଟେକ୍ନଲୋଜିକୁ ନେଇ ଦେଶରେ ଟିବିକୁ ନିୟନ୍ତ୍ରଣ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ଟିବି ବିରୋଧରେ ଭାରତର ଏହି ଫର୍ମୁଲାରେ ବିଶ୍ୱସ୍ତରୀୟ ଦକ୍ଷତା ଲୁଚି ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସ୍ୱୀକାର କରିଛନ୍ତି । ଓଡ଼ିଶାରେ ମଧ୍ୟ ୫-ଟି କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଉଛି । ରାଜ୍ୟ ସରକାର ରାଜ୍ୟର ବିକାଶ ନେଇ ପ୍ରଶାସନିକ ସ୍ତରରେ ୫-ଟି ଉପକ୍ରମକୁ ଆପଣାଇଛନ୍ତି । ଏହାଦ୍ୱାରା ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ରାଜ୍ୟ ସରକାରଙ୍କ ଏହି ୫-ଟି ଫର୍ମୁଲାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆପଣାଉଥିବାବେଳେ ଓଡ଼ିଶାରେ ବିରୋଧଳ ଏହାକୁ ତୀବ୍ର ସମାଲୋଚନା କରିବାରେ ଲାଗିଛନ୍ତି ।

ତେବେ ଓଡ଼ିଶାରେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ୫-ଟିକୁ ନେଇ ତୁମ୍ବିତୋଫାନ କରୁଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ କ୍ଷେତ୍ରରେ ନୀରବତା ଅବଲମ୍ବନ କରୁଛନ୍ତି । ଅର୍ଥାତ ସେ ପ୍ରଧାନମନ୍ତ୍ରୀଙ୍କ ନୀତିକୁ ସମର୍ଥନ କରୁଛନ୍ତି ବୋଲି କୁହାଯାଉଛି । ୫-ଟି କାର୍ଯ୍ୟକାରୀ ଦ୍ୱାରା ରାଜ୍ୟରେ ବିକାଶର ମାତ୍ରା ଦ୍ରୁତଗତିରେ ବୃଦ୍ଧି ପାଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.