fbpx

ଭାଷା ସହିତ ମଣିଷର ନିଦ୍ରା ଓ ସ୍ୱପ୍ନର ସିଧାସଳଖ ସମ୍ପର୍କ ରହିଛି: ଭାଷାର ବିକାଶ ପାଇଁ ସୁନିଦ୍ରା ନିହାତି ଜରୁରୀ- ଗବେଷକ

ନୂଆଦିଲ୍ଲୀ: ଅନେକ ସମୟରେ ମଣିଷର ଶରୀର, ମନ, ମସ୍ତିଷ୍କକୁ ନେଇ ଅନେକ ପ୍ରକାରର ନୂଆ ତଥ୍ୟ ସାମ୍ନାକୁ ଆସିଥାଏ । ତେବେ ଭାଷା ସହିତ ମଣିଷର ନିଦ୍ରା ଓ ସ୍ୱପ୍ନର ସହିତ ସିଧାସଳଖ ସମ୍ପର୍କ ରହିଥିବା ନିକଟରେ କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି । ମଣିଷ ଦୁଇ ରାତିରେ ସମ୍ପୂର୍ଣ୍ଣ ନିଦ୍ରା ନେବା ଫଳରେ ତା’ର ଭାଷାରେ ଆଉ ଏକ ନୂଆ ଶବ୍ଦ ଯୋଡ଼ି ହେଉଥିବା ୟୁନିଭରସିଟି ଅଫ୍ ୟାର୍କ ପକ୍ଷରୁ କୁହାଯାଇଛି ।

ରିସର୍ଚ୍ଚ ମୁତାବକ, ନିଦ ଦ୍ୱାରା ମଣିଷର ଭାଷା ଅପଡେଟ୍ ହୋଇଥାଏ ଓ ସାରା ଜୀବନ ଏହି ପ୍ରକ୍ରିୟା ଚାଲିଥାଏ । ଆମର ଅବଚେତନ ମନ ଆମର ମସ୍ତିଷ୍କ ପ୍ରତି ଆକର୍ଷିତ ହୋଇ ୧୦ ବର୍ଷ ବୟସ ପର୍ଯ୍ୟନ୍ତ ଏହା ଅଧିକ ଦ୍ରୁତ ଭାବେ ଚାଲିଥାଏ । ତେଣୁ ଭାଷାର ବିକାଶ ପାଇଁ ଛୋଟ ପିଲାମାନେ ସମ୍ପୂର୍ଣ୍ଣ ନିଦ୍ରା ନେବା ନିହାତି ଜରୁରୀ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।

ଏହି ଗବେଷଣାର ଜଣେ ମନୋବିଜ୍ଞାନୀ କହିଛନ୍ତି, ମଣିଷ ନିଦରେ ଥିବା ସମୟରେ ସେ ଅନେକ ପ୍ରକାରର ନୂଆ ଧ୍ୱନି ଭାଷା ମାଧ୍ୟମରେ ଶୁଣିଥାଏ । ମଣିଷ ସ୍ୱପ୍ନରେ ଏପରି କିଛି ଭାଷା ପ୍ରୟୋଗ କରିଥାଏ, ମାତ୍ର ତାକୁ ସେ ଭଲ ଭାବେ ଜାଣିନଥାଏ । ସ୍ୱପ୍ନରେ ମସ୍ତିଷ୍କ ଅବଚେତନ ଅବସ୍ଥାରେ ରହିଥିବା ବେଳେ ସେହି ସମୟରେ ଅନେକ ଶବ୍ଦ ଲୁକ୍କାୟିତ ଅବସ୍ଥାରେ ରହିଥାଏ । ଏପରି କିଛି ଭାଷା ଥାଏ ଆମେ ତାହାକୁ କେବେ କହିନଥାଉ, ମାତ୍ର ଆଖପାଖରୁ ଶୁଣିଥାଉ ।

ସେହି ଭାଷାଗୁଡ଼ିକ ମସ୍ତିଷ୍କ ଭିତରେ ସଂରକ୍ଷିତ ହୋଇ ରହିଥାଏ କିମ୍ବା ମସ୍ତିଷ୍କ ସେହିସବୁ ଭାଷାକୁ ଜାଣିଥାଏ । ଅନେକ ସମୟରେ ଅନ୍ୟ ଭାଷା ଉପରେ ମଧ୍ୟ ସ୍ୱପ୍ନ ଆସିଥାଏ ଓ ମଣିଷ ସେହି ଭାଷାରେ ବାର୍ତ୍ତାଳାପ ମଧ୍ୟ କରିଥାଏ । ଯେଉଁମାନେ କହିପାରନ୍ତି ନାହିଁ କି ଶୁଣିପାରନ୍ତି ନାହିଁ, ସେମାନେ ମଧ୍ୟ ସ୍ୱପ୍ନରେ ନିଜର ମାତୃଭାଷା ସହିତ ଅନ୍ୟ ଭାଷାରେ ମଧ୍ୟ କଥାବାର୍ତ୍ତା କରିପାରନ୍ତି । ମଣିଷ ଯେତେବେଳେ ଗୋଟିଏ ନୂଆ ଶବ୍ଦ ଶିଖେ, ତାହାକୁ ତା’ର ବ୍ରେନ ଗ୍ରହଣ କରିନିଏ ଓ ନିଦ ସମୟରେ ସେହି ଶବ୍ଦ ମନକୁ ଚାଲିଆସେ ।

ସୁନିଦ୍ରା ହିଁ ମଣିଷର ମସ୍ତିଷ୍କକୁ ଶାନ୍ତ ରକିବା ସହିତ ନୂଆ ଶବ୍ଦ ଜାଣିବାରେ ସହାୟକ ହୁଏ । ଅଧ୍ୟୟନରେ କିଛି ଲୋକଙ୍କୁ ମାତୃଭାଷା ସହିତ ନୂଆ ଭାଷାର କିଛି ଶବ୍ଦ ଶୁଣା ଯାଇଥିଲା । ପରବର୍ତ୍ତୀ ସମୟରେ ସେମାନେ ଗଭୀର ନିଦରେ ଥିବା ସମୟରେ ଇଇଜି ଦ୍ୱାରା ସେମାନଙ୍କର ବ୍ରେନକୁ ସ୍କାନ କରାଯାଇଥିଲା । ତେବେ ସେହି ଶବ୍ଦ ସବୁ କୋଡ୍ ଭାବେ ସେମାନଙ୍କର ମସ୍ତିଷ୍କ ଭିତରୁ ଚାଲିଯାଇଥିବା ଜଣାପଡ଼ିଥିଲା ।

Get real time updates directly on you device, subscribe now.