fbpx

ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାର ୪୮ ଘଣ୍ଟା ମଧ୍ୟରେ ବିଜେପିର ୬ ବିଧାୟକ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ (ନିର୍ବାଚନ ୨୦୨୨), ଗତ ଦୁଇ ଦିନ ମଧ୍ୟରେ ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି । ଏହି କ୍ରମରେ ବୁଧବାର ଦିନ ଓବିସି ନେତା ଦାରା ସିଂ ଚୌହାନ୍, ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି । ଗତ ୨ ଦିନରେ ଇସ୍ତଫା ଦେଇଥିବା ଦାରା ସିଂ ଷଷ୍ଠ ନେତା ଅଟନ୍ତି । ତେବେ ଏହି ସମୟରେ ଜଣେ କଂଗ୍ରେସ ବିଧାୟକ ଏବଂ ଜଣେ ଏସପି ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି ।

ସୂଚନା ଯେ, ଉତ୍ତରପ୍ରଦେଶ ନିର୍ବାଚନ କୁ ନେଇ ଦିଲ୍ଲୀରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ସମୟରେ ମଙ୍ଗଳବାର ଦିନ କ୍ୟାବିନେଟ୍ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୋର୍ଯ୍ୟ, ଯୋଗୀ କ୍ୟାବିନେଟ୍ ରୁ ଇସ୍ତଫା ଦେଇଥିଲେ । ଏହା ବ୍ୟତୀତ ବିଜେପି ବିଧାୟକ ଅବତାର ସିଂ ଭଡ଼ାନା ମଧ୍ୟ ପାର୍ଟିରୁ ଇସ୍ତଫା ଦେଇଥିଲେ ଓ ଜାତୀୟ ଲୋକଦଳରେ ସାମିଲ ହୋଇଥିଲେ । ସେହିପରି ମୋର୍ଯ୍ୟଙ୍କ ସମର୍ଥକ କୁହାଯାଉଥିବା ତିନିଜଣ ବିଧାୟକ ମଧ୍ୟ ଇସ୍ତଫା ଦେବାନେଇ ଘୋଷଣା କରିଥିଲେ ।

ତେବେ ଏହି ସମୟରେ ବିଜେପିରେ କଂଗ୍ରେସ ବିଧାୟକ ନରେଶ ସୈନୀ ଓ ସପା ବିଧାୟକ ହରିଓମ୍ ଯାଦବ ବୁଧବାର ଦିନ ସାମିଲ ହୋଇଥିଲେ । ସୂଚନାଯୋଗ୍ୟ, ୪୦୩ ସିଟ୍ ବିଶିଷ୍ଟ ୟୁପି ବିଧାନସଭାରେ ଫେବୃଆରୀ ୧୦ ତାରିଖରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ବିଧାନସଭା ନିର୍ବାଚନ ହେବ । ଫଳାଫଳ ମାର୍ଚ୍ଚ ୧୦ ତାରିଖରେ ଆସିବ ବୋଲି ଘୋଷଣା ହୋଇଛି ।

Get real time updates directly on you device, subscribe now.